STORYMIRROR

Prafulla Chandra Mishra

Fantasy

3  

Prafulla Chandra Mishra

Fantasy

ଛାଇ ଆଲୁଅ ର ଖେଳ

ଛାଇ ଆଲୁଅ ର ଖେଳ

1 min
169


ଆକାଶରେ ମେଘ ଆକାଶରେ ସୂର୍ଯ୍ୟ ଦିଶେ କେଡେ ମନୋହର

ମେଘ ଉହାଡରେ ସୂରୁଯ ରହିଲେ ହୁଏ ଖରା ଛାଇ ଖେଳ

ଭଷା ବାଦଲର ଚଞ୍ଚଳ ଗତିରେ

କ୍ଷଣେ ଖରା କ୍ଷଣେ ଛାଇ ଛବି ଆଙ୍କେ ପ୍ରକୃତି ଅଙ୍ଗ ଲତାରେ ।


ପ୍ରାକୃତିକ ଏଇ ଖରା ଛାଇ ଖେଳ ବିଧାତା ଦେଇଛି ଖଞ୍ଜି

ଏ ଚିତ୍ର ଆହାକି ମନୋହର ଦୃଶ୍ୟ ମନଯାଏ ତହିଁ ମଜ୍ଜି 

ଖରା ପଛେ ପଛେ ଗୋଡାଉଛି ଛାଇ

ଅନ୍ତରିକ୍ଷୁ ଝରି ପଡଇ ସତେ ଯେ ଗଙ୍ଗା କି ଜମୁନା ନଈ ।


ସେମିତି ମଣିଷ ଭାଗ୍ୟ ଖେଳ ଏଇ କେବେ ସୁଖ କେବେ ଦୁଃଖ

ଖରା ଛାଇ ପରି ଖେଳନ୍ତି ଏମିତି କେବେ ଆଗ କେବେ ପଛ

ଭାଲପଟେ ଯାହା ଲେଖିଛି ବିଧାତା

ସେ ପ୍ରକାରେ ଫଳ ଭୋଗ ହୁଏ ତାହା ନୁହଇ ପରା ଅନ୍ୟଥା ।


“ସକାଳ, ସଞ୍ଜ” “ସୂରୁଯ, ଚନ୍ଦ୍ରମା” “ଆଲୁଅ, ଅନ୍ଧାର” ଭିଡରେ

ସୁଖ ଦୁଃଖ ସବୁ କେବେ ଏକାକାର ନୁହଇ ଜୀବନ ଭିତରେ

ଏହା ଏକ ବିଧିଦତ୍ତ ବିଡମ୍ଵନା

ଅଦୃଷ୍ଟ ସକ୍ତିର ଖରସ୍ରୋତ ଧାରେ ମୁଁ ଛାର ମାତର ସିନା ।


ସୁଖ ପରେ ଦୁଃଖ, ଆଗ ପଛ ଏବେ କିଏ ଆଗ କିଏ ପଛ

ଅକିଞ୍ଚନ ଛାର ମଣିଷ କେମିତି ଜାଣିବ ତା ଭବିଷ୍ୟତ

ମନ୍ତ୍ର,ଯନ୍ତ୍ର ଅବା ଗୁଣି ଗାରେଡି ରେ

ନିରାକରଣ ତ କରିବା ସମ୍ଭବ ନୁହଇ କାହା ହାତରେ ।


ଜୀବନ ଝୁଲୁଛି ଶୂନ୍ୟତା ଭିତରେ ପବନର ଏଇ ଖେଳ

ଭଷା ବାଦଲକୁ ଭଷାଇ ସୃଜଇ ଖେଳ ଛାଇ ଆଲୁଅର

ଦଇବ ଦଉଡି ବାନ୍ଧିଛି ଜଗତ

ଏମିତି ଚାଲୁଛି ଚାଲୁଥିବ ନିତ୍ୟ ଆମେ ସବୁ ତାର ଭୃତ୍ୟ ।


ତା ଆଗେ ଜୀବନ ତୁଛ, ମୁଁ ମଣିଷ ଛାର ମାତର

ଆକାଶରେ ମେଘ ଆକାଶରେ ସୂର୍ଯ୍ୟ

ଦିଶେ କେଡେ ମନୋହର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy