STORYMIRROR

Kabiratna Nutan Kumar Behera

Action Classics Fantasy

3  

Kabiratna Nutan Kumar Behera

Action Classics Fantasy

ଶିକାର

ଶିକାର

1 min
146

       

ଜାଣୁ ଜାଣୁ ଇଚ୍ଛା କରି କେବେ ବି

ବାଘଗୁମ୍ଫାର ମରଣ ଯନ୍ତାକୁ

ପଶେ ନାହିଁ କୁଟାରୀ ସମ୍ଵର କି ହରିଣ

ରହିଥାଏ ସଦା ସର୍ବଦା ସତର୍କ ହୁସିୟାର

ଅସହାୟତାରେ ପଡି଼ଗଲେ ଅଚାନକ  

ବାଘ କି ସିଂହ କରେ ତାକୁ ଆକ୍ରମଣ।

ପ୍ରାଣମୂର୍ଚ୍ଛା ଲଢି ବି ସେ ହୁଏ ଶିକାର

ହାରିଦିଏ ତା' ଅମୂଲ୍ୟ ଜୀବନ

ଏ ଜଙ୍ଗଲରାଜ୍ ପ୍ରକୃତିର ବିଧାନ

ହୁଏନା କି ହେବନି କେବେ ପରିବର୍ତ୍ତନ

ଖାଦ୍ୟ ଶୃଙ୍ଖଳର ପ୍ରାକୃତିକ ନିୟମ

ହିଂସ୍ର ମାଂସାଶୀ ପଶୁ କ୍ଷୁଧା ମେଣ୍ଟାଇବାକୁ

ନିରୀହ ତୃଣଭୋଜୀଙ୍କୁ ଖାଏ ମାରି

ପଶୁର ଏ ପଶୁତ୍ବ ଜନ୍ମଗତ ଅଧିକାର

ନିଜ ଜୀବନ ରଖିବାକୁ ବଞ୍ଚାଇ

ମାରିଦିଏ ଅନ୍ୟ ନିରୀହ ପଶୁର ଜୀବନ 

ଜୋର ଯାହାର ମୂଲକ ତାର

ହୁଏନା ଏ ନୀତିର କିଛି ପ୍ରତିକାର

ଯୁଗେ ଯୁଗେ ରହିଛି ରହିବ ବଳବତ୍ତର

କିନ୍ତୁ... ମଣିଷ ହୋଇ ବିଚାରଶୀଳ

ଚେତନଶୀଳ ବୁଦ୍ଧିମାନ ବିବେକବାନ

ବିଭିନ୍ନ ଦିଗରେ ବଳୀୟାନ

ହିଂସ୍ର ବାଘ ସିଂହଠାରୁ ମଧ୍ୟ ହିଂସ୍ରତାରେ

ବଳି ଯାଇ କରୁଛି ଆଜି ଶିକାର

ମାରିବା ମରିବାରେ ନ ରହି ସଚେତନ

ସାଜୁଛି ସେ ନିଷ୍ଠୁର ଶୈତାନ

ଗର୍ବ ଦମ୍ଭ ଅହଂକାରେ ହୁଏ ମତ୍ତ

ପଶ୍ଚାତପଦ ନ ହୋଇ ତିଳେ ମାତ୍ର

କାଣ୍ଡ କରେ ନିନ୍ଦନୀୟ ନିର୍ମମ ଜଘନ୍ୟ

ଏ ପଶୁତ୍ଵ ନା ମାନବିକତା......

ଆଜିର ମଣିଷ ସଭ୍ୟତାର ଶିଖରକୁ ଉଠି

ବିଦ୍ୟାବୁଦ୍ଧି ଜ୍ଞାନରେ ହୋଇ ପ୍ରବୀଣ

କରୁଛି ଯା' ଯା' ସେ କି ଉଚିତ

କଳିଯୁଗକୁ କରି ଦୋଷାରୋପ

ଅନ୍ୟାୟ ଅତ୍ୟାଚାରରେ ଲଙ୍ଘେ ସୀମା

ମିଛର ଶିକାର ଠକେଇର ଶିକାର 

ବ୍ୟଭିଚାର ଦୈନ୍ୟତାର ଶିକାର

ସ୍ବାର୍ଥପରତା ଅମାବିକତାର ଶିକାର

ଶିକାର ଶିକାର କେବଳ ଶିକାର

ଏତେ ଶିକାରର କରି ହୁଏନା ନାମକରଣ

ମଣିଷ ହୃଦୟହୀନ ନା ପାଷାଣ

ସମାଜ ଆଜି ରସାତଳଗାମୀ 

ବିପଦରେ ପଥେ ଉଦ୍ଦାମ ଘୋଡା଼ ସମ

ଆସ୍ଫାଳନ କରି ଆମନ୍ତ୍ରଣ କରୁଛି ଯୁଦ୍ଧକୁ

ଆସ ମିଳମିଶି ହଣାକାଟା ହୋଇ

ଅବା ବୋମା ଫୁଟାଇ ଏକାଠି ସବୁ ମରିବା

ମୃତ୍ୟୁ ତ ସତ୍ୟ ନିଶ୍ଚିତ ଅବସମ୍ଭାବୀ

ରୋକି ବାବୁ ବିଧିର ବିଧାନ ନାଚାର

ତା' ପୂର୍ବରୁ ଜୀବନକୁ ନ ବୁଝି

ମରିବା ପାଇଁ କରୁ ଯେତେ ଷଡ଼ଯନ୍ତ୍ର

ତେବେ କାହିଁକି ଏ ବିଚାର

ସ୍ଵଭାବିକ ମୃତ୍ୟୁଠାରୁ 

ଏ ଅପମୃତ୍ଯୁ କି ଅଟଇ ଶ୍ରେୟସ୍କର

ରେ ମଣିଷ ଥରେ ବିଚାର କର

ଆଉ ବନ୍ଦକର ବନ୍ଦକର ଏ ଶିକାର।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action