STORYMIRROR

Chittaranjan Nanda

Abstract Action Fantasy

3  

Chittaranjan Nanda

Abstract Action Fantasy

ରହିବନି ମିଛ ପଣ

ରହିବନି ମିଛ ପଣ

1 min
176


ଦେଖାଉଛ ଧନ ମାନ, ମନେ ଭାବ 

ଆସିଥିଲ ଯେବେ ସଂସାରକୁ

ଶୁନ ନଥିଲା କି ମୂଳଧନ, ଲାଜ ନାାହିଁ

କି ପ୍ରାଧାନ୍ୟ ଦେଉଛ ପୁଂଜିକୁ  ।


ଧ୍ଵଂସମୂଖୀ ହୋଇଛି ଆଜିର ସମାଜଟା, 

ନିଶାରେ ପୁଂଜି ହାସଲ କରିବାରେ

ଶ୍ରମର ମୂଲ୍ୟକୁ କରିଛ ତୁଛ, ଲାଗିଛି

ଶ୍ରମର ଶୋଷଣ କରିବାରେ ।


ହେ ପୁଂଜିବାଦୀ ଶାସକ, ମିଥ୍ୟା ପ୍ରତିଶୃତି ଦେଇ 

ଚିନ୍ତା ନାହିଁ କିପରି ବଂଚିବେ ପ୍ରଜାଗଣ,

ଧୃତରାଷ୍ଟ୍ର ସାଜି କେତେ ଦିନ କରିବ ପାତର ଅନ୍ତର 

ବିନାଶ ତ ହେବ, ରହିବନି ମିଛ ପଣ ।


ରକ୍ଷା କରିବ ପୁଂଜିବାଦକୁ, ଧରିଛି ପରମାଣୁ 

ବୋମା ଓ ବନ୍ଧୁକ ନିଜ ହାତରେ 

ମାନବ ରୁଧିର ତା ପାଇଁ ମୂଲ୍ୟହୀନ ସେ

ଅନ୍ଧ ହୋଇଛି ନିଜ ସ୍ବାର୍ଥର ପଥରେ ।


ଦରବୃଦ୍ଧି, ବେକାରୀ ସମସ୍ୟା ତୀବ୍ର, ଧକେଇ 

ଧକେଇ ରହିଛି ପୁଂଜିବାଦର ପ୍ରାଣ 

ଯୁକ୍ତ ବିଯୁକ୍ତରେ ଖେଳୁଛୁ ସମୟ ଚକ୍ରରେ ତୋର 

ଶୋଷଣର ଧନ ଦିନେ ହୋଇବ ଶୁନ ।



Rate this content
Log in

Similar oriya poem from Abstract