STORYMIRROR

Puspanjali Panda

Fantasy

3  

Puspanjali Panda

Fantasy

ଜୀବନ ସଂଗୀତ

ଜୀବନ ସଂଗୀତ

1 min
135

ଯନ୍ତ୍ରଣାର ଜ୍ୱାଳା, ଉପଶମ ହେଲାପରେ

ଛନ୍ଦ ତୋଳେ ସୁଖ 

ଆସରରେ ଖୁସୀ ନାଚିଯାଏ

ବେଦନା ଛୁ ମନ୍ତର,

ତୁମ କାଉଁରି ପରଶରେ।।


ତନୁମନ ପୁଲକିତ

ଥରଥର ଥରୁଥିବା ଦେହ ସାରା

ଖେଳୁଥାଏ ଦୋଳି,

ବଢୁଥାଏ ଉଷୁମ କମ୍ପନ।

ଦୁଃଖ, ଯନ୍ତ୍ରଣା ନିରର୍ଥକ ସେତେବେଳେ

ଏବେ ଖୁସୀ ପାଳିବାର ସମୟ

ସବୁ ପରିତୃପ୍ତିର ସଞା 

ସମପ୍ତ ସେଇଠି ବୋଧେ!!


ଧିରେ ଧିରେ କମ୍ପନ କମୁଥାଏ

ଖେଳ ଜମୁଥାଏ

ଆଖି ବୁଜି ପଡିଥିବା  

ଦେଇ ଦେବାର

ଖେଳରେ ଜିତି ଯିବାର ଜିତାପଟ୍

ଛୁଏଁ ଆକାଶ ।।


ଭୃମୀ ଭୂମା ଏକାକାର

ଆଉଯାହା ବାକିଥାଏ

ସଂସାରର ତେଲ ଲୁଣର

ଅଭାବ ଅନାଟନର ,ସମ୍ପର୍କର

ଦୁନିଆ ପରଦାରେ

ଅନନ୍ତ ବ୍ୟାପ୍ତିରେ 

ଚରମ ସୁଖରେ।।


ସୂର୍ଯ୍ୟ ଉଁଏ ନଦୀ ସେପାଖରୁ,

ପୂର୍ବ ଦିଗରୁ

ମନ୍ଦିର ଆଳତୀର ଘଣ୍ଟ ,ଘଣ୍ଟା 

ମନ୍ତ୍ରଧ୍ୱନୀ ଶୁଭେ

ବଦଳୁଥାଏ ଜୀବନର ଛନ୍ଦ

ଭକ୍ତି ଭାବ ଟାଣିନିଏ 

ଦି ହାତକୁ ଯୋଡ଼ି ଇଏ

ଛୁଇଁ ଯାଏ ହୃଦୟର ବାହାର ଭିତର।।


ଜୀଵନ ସଙ୍ଗୀତ ସବୁବେଳେ 

ଫେଣ୍ଟାଫେଣ୍ଟି, 

ସାତସୁରକୁ କାଟି

ନୁଆ ରାଗ ରାଗିଣୀର ସୁର ତାଳ ଲୟ

ଭାରୀ ଶ୍ରୁତିମଧୁର ,ଲୋଭନୀୟ

ଗାଉଥାଏ ଆରୋହ ,ଅବରୋହ

ରାତ୍ରିର ଦିତୀୟ ପ୍ରହର

ଗାଇବା ସମୟ।।


ଗାଢ଼ କଳା ଅନ୍ଧାର ମାଡ଼ିଲେ

ନିଜକୁସଜେଇବାକୁ ,

ହଜେଇବାକୁ

ଭୁଲିଯିବାକୁ

ଖୋଜିବାକୁ 

ଚେଷ୍ଟା ଚାଲେ ,

ମଜା ଗୋଟାଇବାର 

ପ୍ରଚଣ୍ଡ ପ୍ରଚେଷ୍ଟା ଚାଲେ

ଜୀବନ ସଙ୍ଗୀତ ବୋଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy