STORYMIRROR

Amit Bal

Abstract Classics Fantasy

3  

Amit Bal

Abstract Classics Fantasy

ବର୍ଣ୍ଣାଳୀ

ବର୍ଣ୍ଣାଳୀ

1 min
189

ପ୍ରକୃତି କୃତ ବର୍ଣ୍ଣ ବର୍ଣ୍ଣାଳୀର ଏ ଲୁଚକାଳି ଖେଳେ

ଆକାଶଟା ହସୁଛି ବାଦଲର ମେଳେ,

ସତେକି ପୁଣି ବର୍ଷିଯିବ ମେଘ

ଶଙ୍କା ଆସେ ମନରେ

ଚତୁର୍ଦ୍ଦିଗେ ବିଛୁରିତ ହେବ ଶ୍ରାବଣ

ଦେଖୁ ଦେଖୁ ବିନା ଆଡ଼ମ୍ବରରେ,


ଅନ୍ଧାର ଘୋଟିବ ବିଜୁଳି ଚହଟିବ

ନିଶ୍ଚିହ୍ନ ହେବ ଦୂରେ

ଆଲୋକର ଏ ଅପୂର୍ବ ସମ୍ଭାର

ନିହାତି ଅଥାନରେ ହୁଏତ

ଫାଟିବ ହୃଦୟ କଳା ବାଦଲର ,


ତେଣେ ଆକାଶେ ନଥିବ ବର୍ଣ୍ଣ ବର୍ଣ୍ଣାଳୀର

ସ୍ବାକ୍ଷର ସମ୍ଭାବନା

ସବୁରି ମନେ ଚାଲିବ କିଛି କ୍ଷଣ

ବିଷାଦ ବେଦନା,


ଆକାଶର ଭିଜା ଆଖି ପତ୍ତା

ଧୀରେ ଧୀରେ ବିସ୍ତାରିତ ହେବ

ହୁଏତ କେତେ କଥା ସମୀର

ତା କାନେ ବଖାଣୁ ଯେ ଥିବ ,


ସମୟର ଅନ୍ତରାଳେ ଦିନେ

ନଭ ହେବ ପୁଣି ଶ୍ବେତ ବର୍ଣ୍ଣା

ଚାତକ ପକ୍ଷୀ ସମ ଚାହିଁଥିବ ବର୍ଣ୍ଣାଳୀକୁ

ହୃଦୟେ ନରଖି କୈାଣସି ଛଳନା ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract