STORYMIRROR

Santosh Kumar Ojha

Romance Fantasy

3  

Santosh Kumar Ojha

Romance Fantasy

ପ୍ରିୟା-୧୯

ପ୍ରିୟା-୧୯

1 min
143


ଝରକାରୁ ଚାହିଁ ଦେଲେ ତମେ

ଝରଝର ଝରି ପଡ଼େ ଶେଫାଳି  

ମୁହଁ ମୋଡ଼ି ଦେଲେ 

ଆକାଶ ଆଖିରୁ

ଥମ୍ ଥମ୍ ଦୁଇ ଟୋପା ଲୁହ ପଡ଼େ ଗଳି ।

ତମେ ଗାଧୋଇ ଗଲେ

ଝରଣା ନୀରବି ଯାଏ

ଶୁଣିବାକୁ ରୁଣୁରୁଣୁ ତମ ପାଉଁଜିର ସ୍ୱର  

ତମେ ଫୁଲ ତୋଳି ଗଲେ

ଭ୍ରମର ମୌନେ ବସି

ଶୁଣୁ ଥାଏ ଗୁଣୁଗୁଣୁ ତୁମ କଣ୍ଠ ମଧୁର ଝଙ୍କାର 

ମୁହଁ ସଂଜ ବେଳେ

ତମେ ଯେବେ ହସି ଦିଅ

ହେଇ ଆନମନା  

ପୁନେଇ ଜହ୍ନଟା ଲୁଚେ

ମେଘ କାନି ତଳେ

ଈର୍ଷା କରି ଢାଳେ ନାହିଁ ଅମୃତ ଜୋଛନା ।

ତମେ ଟିକେ ରୁଷି ଗଲେ

କିଟିମିଟି ଅନ୍ଧାରରେ

ଛାଇ ଯାଏ ନିରୀହା ଧରିତ୍ରୀ  

ତମେ ଗୀତ ଗାଉ ଥିଲେ

ବିଷାଦରେ ବିଶାରଦ

ଭୁଲି ଯାଏ ଓଁକାର  ଗାୟତ୍ରୀ ।

ତମେ ଗୋଟେ ଚୂନା ଚୂନା

ସ୍ୱପ୍ନ ଭରା ବିଳମ୍ବିତ ରାତ୍ରି  

କୁହ ତୁମ ପ୍ରେମ ଅଙ୍କାବଙ୍କା ପଥେ

ହେବି କି ଗୋ ଯାତ୍ରୀ ?

ପ୍ରିୟା..........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance