ବରଷା
ବରଷା
1 min
193
ବରଷା କୁ ତୁମେ ଭଲ ପାଅ ବୋଲି
ବରଷା ପଠାଇ ଥିଲି
ଜାଣି ମୁଁ ନଥିଲି ବରଷାକୁ ପାଇ
ମତେ ଭୁଲି ଯିବ ବୋଲି ।
ତୁମେତ ଭିଜୁଛ ପ୍ରୀତି ବରଷାରେ
ରିମ ଝିମ ଫୁଆରରେ
ମୁଁ କିନ୍ତୁ ଭିଜୁଛି ତତଲା କୋହରେ
ଏଠି ତୁମ ଶୂନ୍ୟତାରେ ।
ସାଗୁଆ ଶାଢୀରେ ବରଷାକୁ ଧରି
ଫେରି ଆସ ସାଥି ଥରେ
ମିଶିକି ଗଢିବା ଆମରି ପ୍ରେମର
ଘର ପୁଣି ଆଉ ଥରେ ।