ବଂଦିତା ଦେବୀ ଆଗୋ
ବଂଦିତା ଦେବୀ ଆଗୋ
ପାହାନ୍ତା ପ୍ରହରେ ଆଜି
ଭାଜିଛି ମୋ ନିଦ ।
ପ୍ରେମ ନଦୀ ଧାରେ ବୁଲି
ଗାଉଛି ମୁଁ ଗୀତ l
ରାତିର ସପନେ ଆସିଥିଲ
ତମେ ଆଗୋ ନିଶିଗଂଧା
ବକ୍ଷେ ତୋଳି କହିଥିଲି
ତୁମେ ମୋ ଆରାଧ୍ୟା l
ସପନର ଆବେଶରେ
ଚୁମ୍ୱିଥିଲି ତୁମ ପଦ୍ମପାଦ
ପ୍ରେମ ଅର୍ଘ୍ୟେ ବଂଦିଥିଲି
କହିଥିଲି, ତୁମେ ପୂଜାସ୍ପଦ l
ତୁମେ ଦେବୀ, ବଂଦିତା ମୋ'ର
ତୁମ ପ୍ରେମ ଜାହ୍ନବୀ ଝର ।
ମଧୁମୟ ପାହାନ୍ତା ପ୍ରହରେ
ସେଇ ପ୍ରେମ ନଦୀ ଧାରେ ।
ମୋ ବଂଶୀରେ ତମେ
ଛନ୍ଦମୟ ସୁର ।

