STORYMIRROR

SUSMITA MISHRA

Fantasy

3  

SUSMITA MISHRA

Fantasy

ଶ୍ରାବଣୀ ଲୋ ଶ୍ରାବଣୀ

ଶ୍ରାବଣୀ ଲୋ ଶ୍ରାବଣୀ

1 min
117


ଶ୍ରାବଣୀ ଲୋ ଶ୍ରାବଣୀ, 

ସଙ୍ଗେ ଧରି ଆସିବୁ ବରଷା ରାଣୀ, 

ସେ ବରଷା କୁ ଦେଖି, 

ଉଲ୍ଲସିତ ହେବ ମୋ ପ୍ରକୃତି ରାଣୀ I 

ନବ ପଲ୍ଲବିତ ସବୁଜିମାର ,

ସେ ସବୁଜ ଶାଢୀ ପିନ୍ଧିବ,

ଗୋଡ ରେ ନଇ ପାଉଁଜି ନାଇଁ ,

ଘଡ଼ଘଡ଼ି ବାଜା ରେ ସିଏ ନାଚିବ I 

ଚମକି ଚମକି ଚମକୁ ଥିବ ,

ଆକଶେ ସେ ବିଜୁଳି ରାଣୀ, 

ତା ଆଲୋକ ରେ ଆଲୋକିତ ହୋଇ, 

ଝଲସି ଉଠେ ମୋ ପ୍ରକୃତି ରାଣୀ I 

ସେ ଉଲ୍ଲସିତ ତେଜସ୍ଵୀ ମୁହଁ ଦେଖି, 

ମୁଁ ତା ପ୍ରେମିକ ଆକାଶର ମନ ପକ୍ଷୀ, 

ତା ସୁଶୋଭିତ ସବୁଜିମା ଜାଲରେ, 

ହୋଇଯାଏ ଲାଖି ,ହୋଇଯାଏ ଲାଖି I 

ଶ୍ରାବଣୀ ଲୋ ଶ୍ରାବଣୀ, 

ମୁଁ ଆକାଶ ପ୍ରେମିକରାଜ , 

   ଅଟେ ମୁଁ ଭାରି ରସରାଜ ,

ତତେ ମୁଁ ଦିଏ ଏତିକି ସନ୍ଦେଶ,

   ହୋଇ ହରସ,ହୋଇ ହରସ,

ମୋ ପ୍ରେମ ଅମୃତ ଧାରା କୁ, 

    ନେଇ ହେବୁ ତୁ ବରଷା ରାଣୀ, 

ବରଷିବୁ ହୋଇଯେ ବରଷା ପାଣି,

   ସେ ପାଣିରେ ଭିଜାଇବୁ ,

ମୋ ପ୍ରେମିକା ତନୁ କୁ ,

  ଏତିକି ମୋ କାମ ତୁ କରିବୁ, 

ମୋ ସୁନା ଗେହ୍ଲି ଭଉଣୀ, 

     ଶ୍ରାବଣୀ ଲୋ ଶ୍ରାବଣୀ ,

ଶ୍ରାବଣୀ ଲୋ ଶ୍ରାବଣୀ I 

ତୁ ଯେବେ ଦେବୁ ତାହାକୁ ପାଣି, 

ସେ ପାଣି ପାଇ ମୋ ପ୍ରକୃତି ରାଣୀ, 

ଫୁଲ ଫଳେ ଭରିଯିବ ଲୋ ଶ୍ରାବଣୀ, 

ତା ପଣତ କାନି,ତା ପଣତ କାନି I 

ସେ ଫୁଲ ଫଳ ଭରା ତା ପଣତ କାନି,

ସଭି ଜନ ମନ କୁ ନେବ ଲୋ କିଣି, 

ଶସ୍ୟ ଶ୍ୟାମଳା ହେବ ତୋ ପାଇଁ ଲୋ, 

ମୋ ପ୍ରକୃତି ରାଣୀ,ମୋ ପ୍ରକୃତି ରାଣୀ I 

ବୁଝିଲୁ ଲୋ ମୋର ଗେହ୍ଲି ଭଉଣୀ ,

ଶ୍ରାବଣୀ ଲୋ ତୁ ତ ଭାରି ସିଆଣି ,

ତୋ ପାଇଁ ହସି ଉଠେ ମୋ ପ୍ରକୃତି ରାଣୀ, 

ତା ହସ ଦେଖି ମୁଁ ହୋଇଯାଏ ବିଭୋର, 

ଆହା କି ତା ରୂପ ମାଧୁର୍ଯ୍ୟ କି ମନୋହର, 

ଆମ୍ଭ ଦୁହିଁଙ୍କ ଅପୂର୍ବ ମିଳନ, 

   ତୋ ପାଇଁ ସମ୍ଭବ ହୁଏ ଶ୍ରାବଣୀ ,

ସେ ପାଇଁ ତୁ ଅଟୁ ଲୋ,

      ମୋ ଗେହ୍ଲି ଭଉଣୀ ,

ଶ୍ରାବଣୀ ଲୋ ଶ୍ରାବଣୀ, 

     ଶ୍ରାବଣୀ ଲୋ ଶ୍ରାବଣୀ I 



Rate this content
Log in

Similar oriya poem from Fantasy