STORYMIRROR

Prahallad Sahoo

Romance Classics Fantasy

3  

Prahallad Sahoo

Romance Classics Fantasy

ବିରହୀ ନାୟିକା

ବିରହୀ ନାୟିକା

1 min
145

ବିରହୀ ନାୟିକା ତୁମେ ତୁମ ଠାରୁ ଅଧିକ

ଆଉ କିଏ ବୁଝିବ ବିରହ ବେଦନା,

ମଧୁଝରା ରାତ୍ରିର ମୂହୁର୍ତ୍ତେ ବିଳମ୍ବ

ଯନ୍ତ୍ରଣାଗ୍ରସ୍ତ ଥିଲା ସେ ଅସହ୍ଯ ବିଡମ୍ବନା।


ଆଜି ଏ ବ୍ଯଥାତୁର ବିରହ ପ୍ରାଣର ଯାତନା

ନିସଙ୍ଗତାର ଜ୍ବାଳାରେ ଜଳୁଛି ଅବିରତ,

ମନ ତଳର କେଉଁ ଏକ ଅଦେଖା ସ୍ଥାନେ

ଆଲୋଡିତ ସ୍ମୃତି ଅବିସ୍ମୃତିର ଅଭୁଲା ଅତୀତ।


ତୁମେ ସେଠି ଭିଜୁଥିବ ପ୍ରୀତିଭରା ବର୍ଷା ଛିଟାରେ

ମୁଁ ଏଠି ଭିଜୁଛି ଅଦେଖା ଲୁହର ଧାରେ,

ତୁମେ ସେଠି ଭାଙ୍ଗୁଥିବ ପ୍ରେମର ଅଳସ

ମୁଁ ଏଠି ଉଜାଗର ବିରହୀ ପ୍ରିୟା ଅପେକ୍ଷାରେ।


ଖାଲି ଲାଗେ ଆଜି ମୋ ଗାଁର ଅଙ୍କାବଙ୍କା ନଦୀପଠା

ନିସ୍ତବ୍ଧ କାଶତଣ୍ଡୀର ଫୁଲ ମଉଳି ଗଲାଣି,

କାଉ କୋଇଲି ସଙ୍ଗେ ମାଛରଙ୍କା ବି ନିରବ

ତୁମ ବିରହରେ ଚିରଶ୍ରୋତା ନଦୀପଥ ବଦଳି ଗଲାଣି।


ଉପେକ୍ଷିତ ପ୍ରାଣ ଏଠି ବିଳାପ କରୁଛି ରହି ରହି

ପ୍ରତିଶୃତି ଏବେ ପ୍ରତାରଣା ପାଲଟିଯାଇଛି,

ନିଶ୍ବାସ ହରେଇ ନାହିଁ, ବିଶ୍ବାସ ତୁଟି ନାହିଁ

ମୁଁ କିନ୍ତୁ ଏବେ ଜୀଅନ୍ତା ଶବ ହୋଇ ବଂଚିରହିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance