STORYMIRROR

CHINMAYEE PRADHAN

Fantasy Inspirational Children

3  

CHINMAYEE PRADHAN

Fantasy Inspirational Children

ପ୍ରତୀକ୍ଷା

ପ୍ରତୀକ୍ଷା

1 min
136


ହେ ବିଶ୍ଵନିୟନ୍ତା ଜଗତକରତା

   କୋଟି ବ୍ରହ୍ମାଣ୍ଡର ନାଥ,

ଅଣାକାର ତୁମେ ଅପରିସୀମ ହେ

    ତୁମେ ଅଟ ଏକା ସତ୍ଯ।


ନଭମଣ୍ଡଳରୁ ଏ ଜୀବମଣ୍ଡଳ

   ସବୁ ତ ତୁମର ସୃଷ୍ଟି,

ତୁମେ ହିଁ ଭରିଛ ଅର୍କରେ ଉତ୍ତାପ

   ଇନ୍ଦ୍ର ରୂପେ କର ବୃଷ୍ଟି।


ତୁମରି ଆଦେଶେ ବହୁଅଛି ନଦୀ

    ଉଚ୍ଛୁଳେ ସମୁଦ୍ର ଜଳ,

ପାହାଡ଼ ଛାତିରୁ ଝରଣାର ଜଳ

    ବହୁଅଛି କଳ କଳ।


ଧରି ତୁମ ବଳ ବହଇ ଅନୀଳ 

   ଜଳୁ ଥାଇ ବି ଅନଳ, 

ତୁମ କୃପା ବଳେ କଣ୍ଟା ହୁଏ ଫୁଲ 

   ଅମୃତ ହୁଏ ଗରଳ। 


ହେଲେ ତୁମ କୃପା ଜପଇ ଅଜପା

   ଦସ୍ଯୁ ହୁଏ ବାଲମୀକ, 

ମୂର୍ଖ କାଳିଦାସ ହୁଏ ମହାଜ୍ଞାନୀ

   ବାଚାଳ ହୁଅଇ ମୁକ।


ପାଇବାକୁ ଥରେ ତୁମରି ସାନିଧ୍ୟ

   ଚାତକ ପରି ହେ ସଖା,

ଚାହିଁଛି କେବେଠୁ ଦେଇ ଥରେ ଦେଖା

   ଅନ୍ତ କର ଏ ପ୍ରତୀକ୍ଷା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy