STORYMIRROR

Subrat Malik

Abstract Tragedy Fantasy

3  

Subrat Malik

Abstract Tragedy Fantasy

ସର୍ତ୍ତ

ସର୍ତ୍ତ

1 min
223

ନ ଥିଲା କିଛି ସର୍ତ୍ତ

ଆମ ସମ୍ପର୍କର ଆରମ୍ଭରେ

ନା ତାର

ନା ମୋର

ଥିଲା କେବଳ ପରସ୍ପର ପ୍ରତି

ନିଚ୍ଛକ ଭଲପାଇବା ଓ ବିଶ୍ୱାସ

ହୃଦୟର ପ୍ରତିଟି କୋଣରୁ ।।

ଦିନେ ହଠାତ କେଉଁଠୁ 

ଚାଲିଆସିଲା ଏ ଶବ୍ଦ 'ସର୍ତ୍ତ'

ଦୂର ଆକାଶର ଉଡୁଥିବା ଛଞ୍ଚାଣଟି

ମାଟିରେ ଲୋଟିପଡିଥିବା ଶବକୁ 

ଆକ୍ରମଣ କଲା ପରି

କରିଚାଲିଲା ଅହରହ ଆକ୍ରମଣ

ନିଜ ତୀକ୍ଷ୍ଣ ମୁନରେ

ଆମ ସଂପର୍କର ଅବୟବକୁ ।।

ଜନ୍ମ ଜନ୍ମାନ୍ତର ସାଥି ହେବାର

ଏକାଠି ଜିଇଁବା ଏକାଠି ମରିବାର

ସ୍ୱପ୍ନ ଅଧା ରହିଗଲା

ସ୍ୱାର୍ଥରୂପୀ ତାର'ସର୍ତ୍ତ'ର ତରାଜୁରେ

ମୋର ନିଃସର୍ତ୍ତ ଭଲପାଇବାର 

ଓଜନ ଉଣା ପଡ଼ିଗଲା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract