STORYMIRROR

Trushna Das

Abstract Romance Fantasy

3  

Trushna Das

Abstract Romance Fantasy

ଗୋଲାପ କଢି

ଗୋଲାପ କଢି

1 min
354

ହାଏ ମୋ ଗୋଲାପ କଢି

ମୋ ମନର ପରୀ

ରୂପରେ କରିଛ ମନ ମୋର ଚୋରୀ 

ଗୁଣରେ ପାରିଛ ମନ ମୋର ଜିଣି। 


ହାଏ ମୋ ଗୋଲାପ କଢି 

ଲାଗ ତୁମେ ସ୍ୱର୍ଗର ଅପସରି 

ତୁମେ ଯେ ସୁକୁମାରି

ହସି ଦେଇ ମନ କର ମର ଚୋରୀ।


ହାଏ ମୋ ଗୋଲାପ କଢି

ହସରେ ତୁମର ମୁକ୍ତା ଝରେ

କାନ୍ଦିଲେ ତୁମେ ମୋ ହୃଦୟ ଥରେ

କହିବାକୁ ଇଚ୍ଛା ହୁଏ 

ମୁଁ ଯେ ଭଲ ପାଏ ତୁମକୁ ସବୁବେଳେ। 


ହାଏ ମୋ ଗୋଲାପ କଢି 

ଗାଲ ତୁମର ଗୋଲାପ ପାଖୁଡା ପରି

ରାଗିଗଲେ ହୋଇ ଯାଏ ଲାଲି

ହସିଲେ ହୋଇ ଯାଏ ଗୋଲାପି। 


ହାଏ ମୋ ଗୋଲାପ କଢି 

ତୁମ ମହକରେ ହୁଏ ମୁଁ ମଦୁଆଲି

ତୁମର ଚୋରା ଚାହାଁଣି

ମୋତେ ଦିଏ ହାଣି। 


ହାଏ ମୋ ଗୋଲାପ କଢି 

ପାଖକୁ ମୋ ଆସି ଯେବେ ଯାଅ ବସି

ଯେବେ ମୋ ହାତ ଧରି କଥା ହୁଅ ବସି

ତୁମର ସ୍ପର୍ଶରେ ମୋ ଶରୀରରେ ଖେଳି ଯାଏ ନୂତନ ଅନୁଭୁତି 

ହଜି ଯାଏ ତୁମ ଶ୍ରୀହରଣ ରୂପ ଦେଖି 

ଲାଗେ ସତେ ଯେମିତି ତୁମେ ମୋ ଲାବଣ୍ୟବତୀ, ମେନକା ଅପସରି।


ହାଏ ମୋ ଗୋଲାପ କଢି

ତୁମ ପାଖରେ ପୁନିମାର ଜହ୍ନ ଲାଜେଇ ଯାଏ ଫିକା ପଡି

ତୁମର ନିଆରା କଥା କହିବା ଶୈଳୀ 

ସମସ୍ତଙ୍କ ମନକୁ ନିଏ ଜିଣି। 


ହାଏ ମୋ ଗୋଲାପ କଢି 

କଥା ଦିଅ ମୋତେ ଛୁଇଁ 

ସବୁଦିନ ଏମିତି ସାଥୀ ହୋଇ ରହିବ ମୋ ପାଇଁ 

ଛାଡି ଯିବନି ମୋତେ ଅନ୍ୟକୁ ପାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract