ପ୍ରୀତିର ପରିଣତି
ପ୍ରୀତିର ପରିଣତି
ପ୍ରୀତି କରିବାଟା ଖୁସି ଆଣେ ସିନା
ପରିଣତି ଦୁଃଖ ଦିଏ
ହୃଦୟରୁ ଯିଏ ଭଲ ପାଏ ସିଏ
ସେତେ କଷ୍ଟ ପାଇ ଥାଏ ।
ପ୍ରୀତିର ପ୍ରେମଟା ସଫଳ ହୋଇଲେ
ଖୁସି ଖେଳେ ଅସୁମାରୀ
ସେଇ ପ୍ରୀତି ଯେବେ ବିଫଳ ହୁଅଇ
ଆଖି ଲୁହ ଯାଏ ଝରି ।
ମନ କଥା ଖୋଲି କହି ପାରେ ନାହିଁ
ଏଇ ଆଖି ତାକୁ ଖୋଜେ
ପରିଣତି ଯେବେ ଧୋକା ଖାଇ ଯାଏ
ଲୁହରେ ଏ ଆଖି ଭିଜେ ।
ଆଜିକାଲି ପ୍ରେମ ରଫ୍ ଖାତା ପରି
ତାକୁ ବା ପଚାରେ କିଏ
ଉପରେ ଖାଲି ସେ ପ୍ରୀତି ପରଶଇ
ସ୍ବାର୍ଥ ପାଇଁ ଧାଏଁ ସିଏ ।
କେବେ କେବେ ଏଇ ପ୍ରୀତି ପରିଣତି
ପରିବାର ପାଇଁ ହୁଏ
ଜାତି ଧର୍ମ ପ୍ରଥା ବାଛନ୍ଦ ଭୟରେ
ପ୍ରତିବାଦ କରାଯାଏ ।
ଉଚ୍ଚ ନୀଚ୍ଚ ଭେଦ ଭାବନାକୁ ରଖି
ତଉଲ କରନ୍ତି କେତେ
ଯାନି ଯଉତୁକ ଦେବା ନେବା ପଥେ
ଛଳନେ ହଟାନ୍ତି କେତେ ।
ଈର୍ଷା ପରାୟଣ ହୋଇ କେତେ ପୁଣି
ନାଟକୁ ଲଗେଇ ଦ୍ୟନ୍ତି
ଦୁଇଟି ମନକୁ ବିଷାକ୍ତ କରିଣ
ବିଛେଦ ଘଟାଇ ଥାନ୍ତି ।
ବିଛେଦଟି ଯେବେ ଥରେ ହେଇ ଯାଏ
ନା ସିଏ ମିଶି ପାରେ
ଯଦି ବା ମନଟି ଉପରେ ମିଶଇ
ହୃଦୟ ରହଇ ଦୂରେ ।
ଜାତି ପ୍ରଥା ନୀତି ବେଳେ ବେଳେ ପୁଣି
ଫାଟ ସୃଷ୍ଟି କରି ଥାଏ
ପରିବାର ସମ୍ମାନ ପାଇଁ କିଏ ପୁଣି
ନିଜ ଖୁସି ବଳି ଦିଏ ।
ଅନ୍ୟ ଖୁସି ପାଇଁ ନିଜେ ଲୁହ ପିଇ
ଯାଏ ପଛଘୁଞ୍ଚା ଦେଇ
ହେଲେ ସେଇ ପ୍ରୀତି ହୃଦୟ ଇଲାକୁ
ନା କେବେ ଲିଭି ଥାଇ ।
ତାର ସ୍ମୃତି ନେଇ ବଞ୍ଚି ଥାଏ ସିଏ
ପ୍ରୀତି ଫଗୁଣରେ ଭିଜି
ପ୍ରୀତି ପରିଣତି ଯେତେ କଷ୍ଟ ଦେଉ
ତା ଭିତରେ ଯାଏ ହଜି ।
କେତେବେଳେ ଏଇ ପ୍ରୀତି ପରିଣତି
ସଫଳ ତ ହୋଇଥାଏ
ସବୁ କିଛି ଛାଡି ବିଶ୍ୱାସ ସେ କରି
ତାର ସାଥେ ଚାଲି ଯାଏ ।
ଯାହା ମୁଁ କହୁଛି ମିଛ ନୁହେଁ ଜମା
ସତ୍ୟତା ରହିଛି ବେଶୀ
ପ୍ରୀତି କରିବାଟା ଏମିତି ଗୋଟିଏ
ଆପେ ପାଦ ଗଲା ଖସି ।
ନିର୍ବନ୍ଧ ସରିଲା ମଙ୍ଗନ ଆସିଲା
ଝିଅର ଯେ ଦେଖା ନାହିଁ
ଯେତେ ସେ ଖୋଜିଲେ ଯେତେ ଚେଷ୍ଟା କଲେ
ଖୋଜି ପାଇଲେନି କାହିଁ ।
ଯାହାକୁ ଟ୍ୟୁସନ ଝିଅ କରୁ ଥିଲା
ତାର ସାଥେ ଚାଲି ଗଲା
ଗଲା ବେଳେ ଟଙ୍କା ସୁନା ଅଳଙ୍କାର
ସାଥେ ସବୁ ନେଇଗଲା ।
ଆଗ ଦୁଇ ମାସ ଭଲ ଯେ ପାଇଲେ
ତା ଦରମା ନେଇ ଗଲେ
ଜାଳି ପୋଡି ଦେଇ ଶେଷରେ ତାହାକୁ
ଜୀବନରେ ମାରି ଦେଲେ ।
ଜାତିଆନ ଯେବେ ବସିଲା ତାଙ୍କର
ବୈକାଠିଆ କରି ଦେଲେ
ନିଆଁ ପାଣି ସବୁ ବାଛନ୍ଦ କରିଲେ
ଅପମାନ ବହେ କଲେ ।
ବାଘ ଖାଇବାଟା ଯେତିକି କାଟେନି
ଘୁଷୁରାଟା ବେଶୀ ବାଧେ
ସେଇ କଳଙ୍କକୁ ଲିଭେଇବା ପାଇଁ
ମାରି ଦେଲେ ରାତି ଅଧେ ।
ପୁଅକୁ ବିଶ୍ୱାସ କରିଣ ଝିଅଟି
ଜୀବନକୁ ବଳି ଦେଲା
ପ୍ରୀତି ପରିଣତି ଏମିତି ଗୋଟିଏ
ଅଲିଭା ସେ ରହିଗଲା ।
କୋଉଠି ପୁଅଟି ଦେଇଥାଏ ଧୋକା
କୋଉଠି ଦିଅଇ ଝିଅ
ହେଲେ ପରିଣତି ସମାନ ଆସଇ
ଛୁଟଇ ଲୋତକ ସୁଅ ।
ପ୍ରେମ ଯେବେ ଯିଏ ଯାହାକୁ କରୁଛ
ଧୋକା କେବେ ଦିଅ ନାହିଁ
ଯଦି ଧୋକା ଦେବା ମନରେ ରଖୁଛ
ଭଲ ପାଅ ନାହିଁ କେହି ।
ଆରମ୍ଭଟା ସିନା ଖୁସି ସିଏ ଦିଏ
ଝରୁଥାଏ ମିଠା ମହୁ
ପରିଣତି ଯେବେ ଦୁର୍ବିସହ ହୁଏ
ଝରେ ତ ସେଥିରୁ ଲହୁ ।
ଭାବି ଚିନ୍ତି ଭଲେ ନିଷ୍ପତ୍ତି ଯେ ନିଅ
ପଛରେ ନ ରଖ ଭୀତି
ପ୍ରୀତି ପରିଣତି ହେଉ ମଧୁଝରା
ନ ହେଉ କେବେ ସେ ଇତି ।