ହେ କବି କବୟିତ୍ରୀ ବୃନ୍ଦ
ହେ କବି କବୟିତ୍ରୀ ବୃନ୍ଦ
ଛାଡି ସବୁ କପଟ ଛନ୍ଦ
ଛାଡି ଅହଂକାର ଗର୍ବ
ଛାଡି ସବୁ କାର୍ଯ୍ୟ ମନ୍ଦ
ସମାଜେ ଦେବା ଆନନ୍ଦ
ଆସ ଆସ ମୋ ଭାଇ ଭଉଣୀ
ହେ ମୋ ପ୍ରିୟ କବି କବୟିତ୍ରୀ ବୃନ୍ଦ ।
ସମାଜେ ଦେବା ବାରତା
ଆମେ ନୋହୁଁ ନେତା
ଆମେ ନୋହୁଁ କେହି
ବିଧି ବିଧାନ ପ୍ରଣେତା
ନ ସାଜି ନିଜକୁ କୁତା
ସମାଜର ସାଜିବା
ଆମେ ତ୍ରାଣ କର୍ତ୍ତା
ସମାଜୁ ଦେଶୁ ବିଶ୍ଵୁ
ହଟାଇବା ଦୁର୍ନୀତି ଭ୍ରଷ୍ଟାଚାର
ଜୀବନର ମୂଳମନ୍ତ୍ର ହେବ ନୀତି ନୈତିକତା
ହିଂସା ଦ୍ୱେଷ ଈର୍ଷା ଆଦିର ହଟାଇବା ଦୁର୍ଗନ୍ଧ
ଆସ ଆସ ମୋ ଭାଇ ଭଉଣୀ
ହେ ମୋ ପ୍ରିୟ କବି କବୟିତ୍ରୀ ବୃନ୍ଦ।
ନ ସାଜିବା କା ହାତର କଣ୍ଢେଇ
ରାଜନୀତି ଠାରୁ ରହିବା ଦୂରେଇ
ପ୍ରିୟା ପ୍ରୀତି ତୋଷଣକୁ କରିବା ଅପସନ୍ଦ
ଲାଞ୍ଚ ମିଛକୁ ନ କରିବା ପସନ୍ଦ
ଦେଶ ଗଠନ ବିଶ୍ଵେ ଶାନ୍ତି ମୈତ୍ରୀକୁ
କରିବା ଆମ ଜୀବନର ପ୍ରକୃତ ଛନ୍ଦ
ଆସ ଆସ ହେ ମୋର ପ୍ରିୟ
କବି କବୟିତ୍ରୀ ବୃନ୍ଦ
ଗଢିବା ଏ ଦେଶକୁ ଏ ବିଶ୍ଵକୁ
ହୋଇ କୂଟ କପଟ ବିହୀନ
ଭୁଲି କପଟ ଓ ଛନ୍ଦ ।
ଶାନ୍ତି ମୈତ୍ରୀ ଏକତା
ମୁକ୍ତିର ସାଜିବା ବାର୍ତ୍ତାବହ
ରଖିବାନି ସମାଜେ କଳହ କପଟ ଅନ୍ୟାୟ
ଆମ ସଭିଙ୍କ ପ୍ରଚେଷ୍ଟା ହେଉ
ଏ ସମାଜକୁ ନିତି ଦେବା ଆନଦ
କବି କବୟିତ୍ରୀଙ୍କ ପାଇଁ
ଏ ବିଶ୍ଵ ପାଉ ନିତ୍ୟାନନ୍ଦ
ଆସ ଆସ ମୋ ଭାଇ ଭଉଣୀ
ହେ ମୋ ପ୍ରିୟ କବି କବୟିତ୍ରୀ ବୃନ୍ଦ ।
ନୀତି ଆଉ ଆଦର୍ଶ
ହେଉ ଆମ ସମସ୍ତଙ୍କ ଜୀବନର ଅଂଶ
ହେବା ନାହିଁ ସ୍ଵାର୍ଥପର
ନ ରଖିବା ମନେ ହୃଦେ ଗର୍ବ ଅହଙ୍କାର
କରିବା ଆମେ ପରୋପକାର
କରିବା ସେବା ଦେଶ ମାତୃକାର
ଏ ବିଶ୍ଵକୁ ଭାବିବା ଆମ ମାତୃଭୂମି
ବିଷାକ୍ତ ପରିବେଶକୁ କରିବା ଅକାମୀ
ଦୂର କରିବା ଭାଣ୍ଡାମି ଗୋଲାମୀ
ଜନଗଣଙ୍କୁ ତ୍ୟାଗ ବଳେ ଦେବା ପରମାନନ୍ଦ
ଆସ ଆସ ହେ ଭାଇ ଭଉଣୀ
ମୋ ପ୍ରିୟ କବି କବୟିତ୍ରୀ ବୃନ୍ଦ ।
ନ ହୋଇ ସ୍ଵାର୍ଥରେ ଅନ୍ଧ
ଲେଖିବା ସମାଜ ପାଇଁ ନିବନ୍ଧ
ନିତ୍ୟ ଅନିତ୍ୟ ମଧ୍ୟେ ଦେଖାଇ ପାର୍ଥକ୍ୟ
ଜୀବନର ମାନେ ବୁଝି ବୁଝାଇବା
ବୁଝାଇବା ମାନେ ଆମ
ଏ ସାମାଜିକ ସମ୍ପର୍କ
ଅର୍ଥ କ୍ଷମତା ସ୍ଵାର୍ଥରେ ନ ହୋଇ ଅନ୍ଧ
ଜୀବନ ଜୀବିକା ର ମାନେ କ'ଣ
ବୁଝି ବୁଝାଇ ତ୍ୟାଗପୂତ ଜୀବନକୁ
ଦେବା ଜନଗଣଙ୍କୁ ପରମ ଆନନ୍ଦ
ଆସ ଆସ ହେ ଭାଇ ଭଉଣୀ
ମୋ ପ୍ରିୟ କବି କବୟିତ୍ରୀ ବୃନ୍ଦ ।
ହଜାଇଦେବା ଆସ
ଶାସକ ଶୋଷକଙ୍କ ନିଦ
ପରିହରି ସର୍ବ କାର୍ଯ୍ୟ ମନ୍ଦ
ଏ ଜଗତେ ଆଣିବା ଆନନ୍ଦ
ଏ ଦେଶ ଏ ବିଶ୍ଵ
କବି କବୟିତ୍ରୀଙ୍କ ପାଇଁ
ପାଇବ କିପରି ଶାନ୍ତି ମୈତ୍ରୀ
ସୁଖ ଓ ସ୍ଵାଚ୍ଛନ୍ଦ୍ୟ
ସେ ପାଇଁ ଚେଷ୍ଟିତ ରହିବା
ଆସ ଆସ ହେ ମୋ ପ୍ରିୟ
ଭାଇ ଭଉଣୀ କବି କବୟିତ୍ରୀ ବୃନ୍ଦ ।
ଆସ ହୋଇ ଏକତ୍ରିତ
ଗଢିବା ସୁନାର ଭାରତ
ନ ଥିବ ସେଠି ହିଂସା ଦ୍ୱେଷ
ନ ଥିବ ଦୁର୍ନୀତି ର ଗନ୍ଧ
ପରିବେଶ ଓ ପରିବାରକୁ
କରିବା ଆସ ପରିମାର୍ଜିତ
ସଂସ୍କାର ସଂସ୍କୃତି ରେ
ରଖିବା ଆମ ହୃଦ ଚିତ୍ତ
ସଭିଙ୍କୁ କରିବା ମିତ
ସଭିଙ୍କୁ କରିବା ମାର୍ଜିତ
ଦେବା ଆମେ ସଭିଏଁ ମିଳି
ସମସ୍ତଙ୍କୁ ସ୍ଵାସ୍ଥ୍ୟ ସମସ୍ତଙ୍କୁ ଶିକ୍ଷା
ହଟାଇବା ଦେଶୁକୁତ୍ସିତ ବୃତ୍ତି ସେ ଭିକ୍ଷା
ଆମରି ମାଧ୍ୟମେ ହଟାଇବା ଅନ୍ଧ ବିଶ୍ବାସ
ହସି ହସାଇବା ଆସ ଆମେ
ଏ ଦେଶ ଏ ସୁନ୍ଦର ବିଶ୍ଵ
ଜାତି ଧର୍ମ ର ରଖିବାନି ବାଡ ବନ୍ଧ
ମଣିଷକୁ ଭଲ ପାଇ
ମଣିଷ ପଣିଆକୁ ସ୍ନେହ ଶ୍ରଦ୍ଧା ଦେଇ
ଗଢିବା ନୂଆ ଜୀବନ ଶୈଳୀରେ
ହଟାଇ ସବୁ ସାମାଜିକ ପ୍ରତିବନ୍ଧ
ସୃଷ୍ଟି କରିବା ସମାଜେ ନୂଆ ଉଦ୍ଦୀପନା
ନୂତନ ପ୍ରଣାଳୀରେ ନୂଆ ଆଲୋକ ର
ନୂଆ ସମାଜ ର ନୂଆ ଆନନ୍ଦ
ଆସ ଆସ ହେ ମୋ ପ୍ରିୟ
କବି କବୟିତ୍ରୀ ବୃନ୍ଦ
ଗଢିବା ଏ ଦେଶ ଏ ବିଶ୍ଵକୁ
ନ ରଖି ହୃଦେ ଚିତ୍ତେ କପଟ ଓ ଛନ୍ଦ ।