Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

4  

Niranjan Mishra

Abstract

ମର୍ଯ୍ୟାଦା ପୁରୁଷୋତ୍ତମ

ମର୍ଯ୍ୟାଦା ପୁରୁଷୋତ୍ତମ

2 mins
378



ଧରମର ହାନି ହୋଇଲା ଧରାରେ

ସାଧୁଙ୍କ ରକ୍ଷଣ ଅର୍ଥେ ।

ଦୁଷ୍କୃତ ନିବାରି ଧର୍ମ ରକ୍ଷାକାରୀ

ରାମ ଜନ୍ମିଲେ ଜଗତେ ।୧।

ସୂର୍ଯ୍ୟବଂଶୀ ରାଜା ଦଶରଥଙ୍କର

ଜ୍ୟେଷ୍ଠ ସୁତ ହେଲେ ରାମ ।

ଶ୍ରୀରାମଚନ୍ଦ୍ର ନାମ ସେ ବୋଲାଇଲେ

ମର୍ଯ୍ୟାଦା ପୁରୁଷୋତ୍ତମ ।୨।

କୌଶଲ୍ୟା ମାତାଙ୍କ ଗରଭୁ ଜନ୍ମିଲେ

ପୁରୁଷୋତ୍ତମ ଶ୍ରୀରାମ ।

ମାତା ପିତାଙ୍କର ପୟର ପୂଜନ୍ତି

ପ୍ରଭାତରୁ ରଘୁତ୍ତମ  ।୩।

ବିମାତା କୈକେୟୀ ମନ୍ଥରା ବୁଦ୍ଧିରେ

ବନେ ପେଶିଲେ ଶ୍ରୀରାମ ।

ତେବେ ବି କୈକେୟୀ ମାତାଙ୍କୁ ନିଊନ

ନମଣିଲେ ରଘୁରାମ  ।୪।

ବିମାତା ସୁମିତ୍ରା ହୁଅନ୍ତି ଅର୍ଚ୍ଚିତା

ଶ୍ରୀପୁରୁଷୋତ୍ତମଙ୍କର ।

ଭ୍ରାତୃ ସେନେହରେ ବାନ୍ଧିଲେ ଶ୍ରୀରାମ

ଅନୁଜଗଣେ ଶ୍ରଦ୍ଧାର ।୫।

ଗୁରୁ ବିଶ୍ଵାମିତ୍ର ବଶିଷ୍ଠ ଋଷିଙ୍କ

ବଚନ ପାଳନ କରି ।

ରଘୁକୁଳ ରୀତି ପାଳନ କରିଲେ

ସତ୍ଯ ଧରମ ଆଚରି ।୬।

ରାକ୍ଷସ ରାକ୍ଷସୀ କେତେ ବଧ କଲେ

ୠଷି ମୁନି ହିତ ପାଇଁ ।

ପରାକ୍ରମୀ ବୀର ବୀରତ୍ବେ ଭାଙ୍ଗିଲେ

ଶିବଧନୁ ଚାପ ଦେଇ ।୭।

ବାହା ହୋଇ ସୀତା ଜନକ ଦୁହିତା

ପରଶୁରାମଙ୍କ ଦର୍ପ ।

କରିଲେ ଦଳନ ଦେଖିଲା ଜଗତ

ତପ ଆଚରିଲେ କଳ୍ପ ।୮।

ସତ୍ୟ ଦୟା କ୍ଷମା କୋମଳତା ଧୈର୍ଯ୍ୟ

ଶୌର୍ଯ୍ୟ ବୀର୍ଯ୍ୟ ଗାମ୍ଭୀର୍ଯ୍ୟତା ।

ଅସ୍ତ୍ରଶସ୍ତ୍ର ଜ୍ଞାନ ପରାକ୍ରମ ଶାନ୍ତ

ନିର୍ଭୀକତା ସହିଷ୍ଣୁତା ୲୯।   

ବିଷୟ ନିବୃତ୍ତି ଆତ୍ମ ବିନିଗ୍ରହ

ନିଷ୍କାମ ଭାବ ସଂଯମ ।

ନୀତି ନୈପୁଣ୍ୟ ତେଜ ତ୍ଯାଗ ମର୍ଯ୍ୟାଦା

ପାଳନ ପୌରୁଷ ପ୍ରେମ ।୧୦।

ଏକପତ୍ନୀବ୍ରତ ମାତୃପିତୃଭକ୍ତ

ଗୁରୁଭକ୍ତ ଭ୍ରାତୃପ୍ରେମ ।

ମୈତ୍ରୀ ଶରଣରକ୍ଷଣ ସରଳତା

ଶିଷ୍ଟ ପ୍ରତିଜ୍ଞା ପାଳନ ।୧୧।

ଦୁଷ୍ଟଦଳନ ବଇରୀଭାବଶୂନ୍ୟ

ପ୍ରଜାନୁୁରଞ୍ଜକ ବୀର ।

ନିଷ୍ଠୁରଭାବବିହୀନ ବହୁଦର୍ଶୀ

ଧର୍ମଜ୍ଞ ଧର୍ମସ୍ଥବିର ।୧୨।

ପବିତ୍ରତା ଆଦି ସକଳ ସଦ୍ଗୁଣ

ମର୍ଯ୍ୟାଦାବନ୍ତ ଶ୍ରୀରାମ ।

ପିତୃସତ୍ୟ ପାଳି ବନଯାତ୍ରା କରି

ବନକୁ କଲେ ଆଶ୍ରମ ।୧୩।

ରାବଣ ହରିଲା ବୈଦେହୀଙ୍କୁ

ରାମ ଜଟାୟୁଙ୍କ ପ୍ରେତକୃତ୍ୟ ।

ସମାପନ କରି ସୁଗ୍ରୀବଙ୍କ ସହ

ସମ୍ଭାଷଣେ ସାଜି ମିତ୍ର ।୧୪।

ବଧିଲେ ବାଳିକି ତରି ଜଳଧିକି

ବିଭୀଷଣ ମିତ୍ର ହୋଇ ।

ଭଲ୍ଲୁକ ବାନର ସେନା ସହ ମିଶି

ରାବଣ ମାରିଲେ ଯାଇ ।୧୫।

ବିଭୀଷଣେ ରାଜା କରାଇ ଲଙ୍କାରେ

ଫେରିଲେ ଅଯୋଧ୍ୟା ପୁର ।

ଦୂତ ହନୁମାନ ଭଲ୍ଲୁକ ବାନର

ସୀତା ଲକ୍ଷ୍ମଣ ସଙ୍ଗର  ।୧୬।

ଭରତ ମିଳନ ପରଜା ପାଳନ

ବ୍ରତୀ ହୋଇଲେ ଶ୍ରୀରାମ ।

ରାମ ରାଇଜକୁ ଝୁରୁଛନ୍ତି ଲୋକେ

ପୁରୁଷୋତ୍ତମ ଶ୍ରୀରାମ ।୧୭ ।

ରାମ ରାମ ରଟ ରସନା ମୋହର

ରୋମେ ରୋମେ ମୋର ରାମ ।

ପାପ ତାପ ହାରୀ କରିବେ ଉଦ୍ଧାର

ମର୍ଯ୍ୟାଦା ପୁରୁଷୋତ୍ତମ ।୧୮।



Rate this content
Log in

Similar oriya poem from Abstract