Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ନକଲି ଦୁନିଆଁ

ନକଲି ଦୁନିଆଁ

2 mins
234



ନକଲି ନକଲି ସବୁ ତ ନକଲି

    ଏ ଦୁନିଆଟା ଦେଖ ନକଲି

ଯାହାକୁ ବା ଦେଖ ଯେମିତି ବା ଦେଖ 

   କେବେବି ନୁହେଁ ସେ ଅସଲି ।


ଅସଲି ଜିନିଷ ମିଳିବାଟା କଷ୍ଟ 

    ନକଲି ରହିଛି ବହୁତ

ଖୋଲି କହିଦେଲେ ରହିବନି ଚୁଟି

    ରହିବନି ଭାଇ ଇଜତ ।


ଜନ୍ମ ଠାରୁ ମୃତ୍ୟୁ ଟିକେ ଲକ୍ଷ୍ୟ କର 

    ଅସଲି ରହିଛି କେତେ 

ନକଲି ରାଜୁତି କରୁଛି ବହୁତ 

    ଏଇତ ମିଛ ଜଗତେ ।


ଏ ମିଛ ଜଗତ ଏଇତ ମାନବ 

    ନିଜ ସ୍ବାର୍ଥେ ତୋଳି ଅଛି

ନିଜେ ତ ନକଲ କରୁଛି ନକଲି

    ସଭିଁଙ୍କି ଭଣ୍ଡାଉ ଅଛି ।


ଭଣ୍ଡ ଠକାମୀରେ ଚାଲିଛି ଦୁନିଆ 

     ନକଲ କରୁଛି ସବୁ

ସେଇ ନକଲକୁ ନକଲି କରି ସେ

    ଅସଲି କହେ ସଭିଁଙ୍କୁ ।


ଜନ୍ମିତ ଶିଶୁକୁ ପରୀକ୍ଷାତ କର 

    କେତେ ସେ ଅଛି ଅସଲି

ଇଞ୍ଜେକସନ କିମ୍ବା ଔଷଧ ବଳରେ 

     ହୁଏ ବି ସିଏ ନକଲି ।


ଚାଲିବା, ଖାଇବା, କହିବା, ଶୋଇବା

     ପଢିବା, ଗାଇବା ଆଦି 

ନାଚିବା, ଲେଖିବା, ଭାଷଣ ମାରିବା 

    ପିନ୍ଧିବା ବସ୍ତ୍ର ଇତ୍ୟାଦି ।


ସେଥିରେ କେତେ ଯେ ଅସଲି ରହିଛି

     ନକଲି ରହିଛି କେତେ

ଶାସନକୁ ଦେଖ ଶାସକଙ୍କୁ ଦେଖ

    ଜାଣି ଯିବ ଆପେ ସତେ ।


ଖାଇବା ଜିନିଷ ବ୍ୟବହାର ଆଦି

     ସବୁତ ଭେଜାଲ ମିଶା

ନକଲି ଜିନିଷ ଅସଲି କହି କି

     ନର ହୁଏ ଲୋକହସା ।


ଚାଉଳ ବା ଧାନ ଦେଖ ଅବା ଅଟା

    ପନିପରିବା ତେଲ ଲୁଣ

ଅସଲି ଭିତରେ ସବୁ ତ ନକଲି

    ଖୋଜି ପାଇବନି ଖୁଣ ।


ନକଲି ଖାଇକି ନକଲ କରି କି

    ନକଲି ସାଜିଛି ଆଜି

ନିଜେ ତ ହାରିଛି ରୋଗିଣା ସାଜିଛି

    ଜୀବନ ପଡିଛି ବାଜି ।


ସୁନା, ରୂପା, ଅଳଙ୍କାର ଯାହା କିଣ

    ନକଲି ରହିଛି ବେଶୀ

ଆମକୁ ଫସେଇ ଏଇ ଆମ ନେତା 

    ସହଜେ ଯାଆନ୍ତି ଖସି ।


ଚୋରା କାରବାର ହେଉଥାଏ ବେଶୀ

     ନକଲିରେ ଭରପୁର

ଇନ୍ଦିରା ଆବାସ ରୋଡ କାମ ଦେଖ

     ଅସଲିଟା ପୂରା ଜିରୋ ।


ଏଇ ଜିରୋ ଶବ୍ଦ ନୁହେଁ ମାତୃଭାଷା 

     ଭାଷାରେ ନକଲି ବେଶୀ

ନକଲି ସଜେଇ ଇଂରେଜ ଆମଙ୍କୁ

     ସହଜେ ଯାଇଛି ଖସି ।


ବିଦେଶୀ ହଟିଲା ସ୍ୱାଧୀନ ହୋଇଲା

    ଅସଲି ଗଲାତ ହଜି

ଏମିତି ନକଲି ବୀଜ ବୁଣି ଦେଲା

   କଥାରେ କହନ୍ତି ବିଜି ।


ଓଡିଆ ଭାଷାରେ ଇଂରେଜ ଶବ୍ଦକୁ

     କଥାରେ କହୁଛେ ସବୁ

ମାତୃଭାଷା ଆମ ଗର୍ବ ଓ ଗୌରବ 

     ନକଲି କରୁଛେ ତାକୁ ।


ଭାଷା ବି ନକଲି ପୋଷାକ ନକଲି 

    ବାସ ବି ନକଲି ଆମ

ନକଲି ସାଜିକି ଦେଖେଇ ହେଉଛେ

    କରୁଅଛୁ ବଡ କାମ ।


ଟଙ୍କାରେ ଟଙ୍କାରେ ସବୁ କିଣା ବିକା

       ଅସଲି ଜାଣୁଛି କିଏ

ଅସଲି ନକଲି ଫରକ ପଡୁନି

        ଟଙ୍କାରେ ପାଗଳ ହୁଏ ।


ନକଲି ସାଜୁଛି କନିଆଁ ବେଦୀରେ

     ଟଙ୍କାରେ ଚାଲେ ଦୁର୍ନୀତି 

ସାଧୁ ଠାରୁ ଚୋର ଧର୍ମ ଠାରୁ ପାପ

    ନକଲି ହୁଏନା ଇତି ।


ବିଶ୍ଵାସ ଭରସା ସବୁତ ହଜିଛି 

     ନକଲି ପାଉଁଶ ନିଆଁ 

ମିଛ ଦୁନିଆରେ ସବୁ ତ ନକଲି 

    ନକଲି ଅଟେ ଦୁନିଆ ।


Rate this content
Log in

Similar oriya poem from Abstract