Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ମୋ ମାମୁଁ ଘର

ମୋ ମାମୁଁ ଘର

2 mins
393



ମୋ ମାମୁଁ ଘର ଅନତିଦୂର

ଦେଖିବାକୁ ଘର ଚାଳ ଛପର ।

ଝରୁ ଥାଏ ଖୁସି ସୁଖ ସଂସାର 

କିଣି ନ୍ୟନ୍ତି ସିଏ ସବୁ ଅନ୍ତର  ।

ଆଜା ଆଈ ସାଥେ ମାମୁଁ ମାଇଁ ଥାନ୍ତି 

   କରୁଥାନ୍ତି ସିଏ କ୍ଷୀର ବେପାର ।

ମୋ ମାମୁଁ ଘର ଅନତିଦୂର ।


ଦଶନ୍ଦି ଖଞ୍ଜାଟି ମୋ ମାମୁଁ ଘର

ଝାଟିମାଟି ଘର ଆହାଃ କି ସୁନ୍ଦର ।

ଚାରି ପାଖେ ଘର ମଝି ଦୁଆର 

ଅଗଣାଟି ତାଙ୍କ ଭାରି ସୁନ୍ଦର ।

ଅଗଣା ଆଗରେ ଦୋଳି ହେଇଥାଏ

  ଝୁଲୁ ଥାଉ ଗୀତ ଗାଇ ମଧୁର ।

ମୋ ମାମୁଁ ଘର ଅନତିଦୂର ।


ଲିପା ପୋଛା ଘର ଦିଶେ ସୁନ୍ଦର 

ଯିଏ ଦେଖେ ଲାଖି ଯାଏ ନଜର ।

ଫସଲ କରନ୍ତି କେତେ ପ୍ରକାର

ସୁନ୍ଦର ଦିଶଇ ମକା ଚଅଁର ।

ଚାଳରୁ ଝରଇ ବରଷାର ପାଣି

   ଦୁଆରେ କାଦୁଅ ହୁଅଇ ଝର ।

ମୋ ମାମୁଁ ଘର ଅନତିଦୂର ।


ନାଲି ରଙ୍ଗ ମାଟି କଜଳ ଗାର

କାନ୍ଥେ ଝୋଟି ଦ୍ୟନ୍ତି କି ମନୋହର ।

ପଦୁଅଁ ପୋଖରୀ ଭାରି ସୁନ୍ଦର 

ସୁରୁଯ ଅନାଇଁ ଥାଏ ଅମ୍ବର ।

ଧଳା,ନାଲି, ନୀଳ ,ହଳଦିଆ କଇଁ

   ଦେହେ ବସି ଚୁମୁ ଥାଏ ଭ୍ରମର ।

ମୋ ମାମୁଁ ଘର ଅନତିଦୂର ।


ଲାଉ ଖେଳ ଖେଳୁ ମାମୁଁ ପିଠିର

ମାଇଁ କରୁ ଥାନ୍ତି ସ୍ନେହ ଆଦର ।

ଆଈ ପାରି ଦ୍ୟନ୍ତି ବେଣୀ ସୁନ୍ଦର 

ମଜା ଲାଗେ ଢଗ ଟାହି ଟାପର ।

ମାଇଁ ହାତ ରାନ୍ଧା କ୍ଷୀରି, ପୁରି, ପିଠା 

  ଭଲ ଲାଗେ ମଣ୍ଡା ସେ ଛେନାପୁର ।

 ମୋ ମାମୁଁ ଘର ଅନତିଦୂର ।  


ମାମୁଁ ଘର ବାରି ଭାରି ସୁନ୍ଦର 

ଫୁଲ ବଗିଚାଟି କି ମନୋହର ।

ଘର ଅଗଣାରେ ବହେ ସମୀର

ବାଇ ଚଢେଇଟି ତାଳ ଗଛର ।

ବରତା ଦେହରେ ବସା ବାନ୍ଧି ଝୁଲେ

 ଆଖି ଦୋଟି ତାର କେଡେ ସୁନ୍ଦର ।

ମୋ ମାମୁଁ ଘର ଅନତିଦୂର ।


ବାଡେ ଅପରାଜିତା ମାଡେ ସୁନ୍ଦର 

ମାନ ଅଭିମାନ ନାହିଁ କାହାର ।

ଏକତା ଅଟଇ ତାଙ୍କ ସଂସ୍କାର

ସତେକି ସେ ଘର ସରଗପୁର ।

ମିଳିମିଶି ସବୁ ଏକାଠି ରୁହନ୍ତି 

 କଥା କହୁଥାନ୍ତି କେଡେ ମଧୁର ।

ମୋ ମାମୁଁ ଘର ଅନତିଦୂର ।


ପାହାଡ ପର୍ବତ ଦିଶେ ସୁନ୍ଦର 

ପାଖରେ ରହିଛି ଶିବ ମନ୍ଦିର ।

ଆମ୍ବ ତୋଟାମାଳ କେତେ ସୁନ୍ଦର 

ଗାଆଁ ମଣ୍ଡପରେ ରହିଛି ବର ।

ବରଗଛ ତଳେ ଆଶ୍ରୟ ନିଅନ୍ତି 

   କେତେ ପଶୁ ପକ୍ଷୀ ଏଇତ ନର ।

ମୋ ମାମୁଁ ଘର ଅନତିଦୂର ।   


କିଏ ବୁଲି ଯିବ ମୋ ମାମୁଁ ଘର

ଖାଇ ଆସିବ ତ ଲବଣୀ ସର ।

ଦେଖିବ ମୋ ମାଇଁ ସ୍ନେହ ଆଦର

କେତେ ଆପଣାର ସିଏ ନିଜର ।

ଶଗଡ ଗାଡିରେ ଆମେ ତ ଯାଉଛୁ

   ଯିଏ ଯିବ ଶୀଘ୍ର ହୁଅ ବାହାର ।

ମୋ ମାମୁଁ ଘର ଅନତିଦୂର ।



Rate this content
Log in

Similar oriya poem from Abstract