Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ହଟ୍ ଜୀଲେବି

ହଟ୍ ଜୀଲେବି

2 mins
249



ବରଷା ପାଗକୁ ଗରମ ଜିଲାପି

    ଖାଇବାକୁ ବଡ ସୁଆଦ 

ନାଲି ଟୁକୁ ଟୁକୁ ଲାଗେ ମୁଡୁ ମୁଡୁ 

    ହଜାଏ ଆଖିର ନିଦ ।


ଦେଖି ଦେଲେ ଥରେ ଲାଳ ଗଡି ଯାଏ

    ନା ପାଦ ଅଟକି ଥାଏ

ଗୁଡିଆ ଭାଇର ଚୂଲୀର ପାଖକୁ

   ପାଦ ଆପେ ଧାଇଁ ଯାଏ ।


ମଇଦା ଦେହରେ ପାଣି ଖାଦ ଦେଇ

    ଗୋଳେଇ ପାଗକୁ କରେ

ଶଢେଇ କଣାରେ ଚଟପଟ ଛାଣି

    ଚିନି ସିରାରେ ସେ ଭରେ ।


ଦେଖିବାକୁ କିଏ ଧଳା ହେଇଥାଏ 

    କିଏ ବା ବାଦାମୀ ଥାଏ

ଲାଲ୍ ମଚମଚ ଜୀଲେବୀ ରଙ୍ଗଟି

    ସବୁ ମନ ଛୁଇଁ ଯାଏ ।


ଟାଣ ପାଗରେ ଛଣା ଯାଇଥିଲେ

     ବେଶୀ ଭଲ ଲାଗେ ସିଏ

ଚିନି ସିରା ବେଶୀ ପିଇ ଯାଇ ଥାଏ 

    ମୁଡୁ ମୂଡୁ ଲାଗୁ ଥାଏ ।


ଛୋଟ ଠାରୁ ବଡ ବୁଢା ଠାରୁ ବୁଢୀ

     ହୁଏ ସେ ସବୁ ପାଟିରେ

ବିରି ଚାଉଳର ଜିଲାପି ତିଆରି

    ରହିଥାଏ ନରମରେ ।


ଖାଇବାକୁ ସେତେ ଭଲ ଲାଗେ ନାହିଁ 

     ସହଜେ ଛିଣ୍ଡେନି ସିଏ

ଚେମେରି ଜିଲାପି କହି ଅଧିକାଂଶ 

     ମୁହଁ କେ ଫେରେଇ ନିଏ  ।


ଗରମ ଗରମ ଭାରି ଭଲ ଲାଗେ

     ଖାଏ ଯିଏ ଜାଣେ ସିଏ

ନାଲି ଜିଲାପିକୁ ଦେଖି ହାତ ଠାରି

    ପିଲା ଅଟକାଇ ଥାଏ ।


ମନେ ପଡେ କାନ୍ଧେ ଭାର ବୋହି ଗାଁକୁ

     ଜିଲାପି ବିକି ଆଣନ୍ତି  

ଧାନ ଚାଉଳ ଟଙ୍କା ଯିଏ ଯାହା ଦିଏ 

    ହସି ସିଏ ନେଇଥାନ୍ତି ।


କି ସୁନ୍ଦର ସିଏ ଡାକ ମାରୁଥାନ୍ତି

    ଢଗ ଢମାଳିକୁ କହି

କେତେ କିସମର ମିଠା ଆଣିଥାନ୍ତି 

    ସିରା ଯାଉଥାଏ ବହି ।


ଚାରି ପାଖେ ପିଲା ଘେରି ଯାଇଥାନ୍ତି 

     ସ୍ତ୍ରୀ ଲୋକ ଆସନ୍ତି ଧାଇଁ 

ବୁଢା ବୁଢୀ ତାକୁ ଖାଇବା ପାଇଁ କି

     ହେଇଥାନ୍ତି ହାଇଁ ପାଇଁ ।


କିଏ କହେ ଟିକେ ରହିଥାଅ ପୁଅ

     ଘରୁ ଯାଇ ମୁହିଁ ଆସେ

କରାଟରୁ କିଏ ପଇସା ଦେଇଣ

      ଅଣ୍ଟାରେ ତାହାର ଖୋଷେ ।


ଗାଆଁ ଗହଳିର ସେଇ ଦୃଶ୍ୟ ସତେ

     କେତେ ମଜା ଲାଗୁଥାଏ

ଗାଆଁ ଦାଣ୍ଡ ପିଣ୍ଡା ଆମ୍ବ ବର ଛାଇ

    ଆଖିରେ ଯେ ନାଚି ଯାଏ ।

     

ଏବେ ସେଇ ଦୃଶ୍ୟ ଅଦୃଶ୍ୟ ହେଲାଣି

    ଦୋକାନ ବଜାର ପାଇଁ 

ଗାଆଁ ଗଣ୍ଡାର ସେ ବୁଲି ବୁଲି ବିକା

    ଗଲାଣି ତ ଲୋପ ପାଇ ।


ଏବେବି ଖାଇବା ଚାହିଦା ରହିଛି

    ଟିକେ ସ୍ପୃହା କମି ଅଛି

ବେଶୀ ମିଠା ଖାଇ ଦେଲେ ସତେ କାଳେ

     ମଧୁମେହ ହେଉଅଛି ।


କିଏ ବି ଭେଜାଲ କରି ବିକୁ ଅଛି

    ଅଧିକ ଲାଭର ଆସେ

ମାଛି ଭଣ ଭଣ କେଉଁଠି ହେଉଛି

    ଖାଇଲେ ରୋଗ ତ ଗ୍ରାସେ ।


ଜିଲାପୀକୁ କିଣି ଆରାମରେ ଖାଅ

     ଖୁସିରେ ରୁହ ତ ସବୁ

ଅତ୍ୟଧିକ ଲୋଭେ ବେଶୀ ଖାଆନ୍ତୁନି

     ସୁସ୍ଥ ରଖ ଶରୀରକୁ ।



Rate this content
Log in

Similar oriya poem from Abstract