STORYMIRROR

Goutam Mohanty

Classics Fantasy Inspirational

3  

Goutam Mohanty

Classics Fantasy Inspirational

ହାରିବ କରୋନା ଜିତିବ ଦୁନିଆଁ

ହାରିବ କରୋନା ଜିତିବ ଦୁନିଆଁ

1 min
205


ସ୍ତବ୍ଧ ଆଜି ଏହି     ଧରାଧାମ ମହୀ

    ଯାଇଛି ପାଷାଣ ହୋଇ,

ଲହଲହ କରି (ଜିଭ) କରୋନା ଗ୍ରାସୁଛି

    ସଜେଇ ଦେଉଛି ଜୁଇ।।

ଅଦୃଶ୍ୟ ତା ହାତ  ବଢ଼େଇ ଦେଉଛି

     ଧରୁଛି ସିଧା ସେ ତଣ୍ଟି,

ଆଖି ପିଛୁଳାକେ   ଜୀବନ ନେଉଛି

    କଷ୍ଟରେ ଦେଉଛି ଘାଣ୍ଟି।।

ଭୂତାଣୁ ରୂପରେ    ସଂହାର କରୁଛି

     ନିରୀହ ମଣିଷ ପ୍ରାଣ,

ଭାଙ୍ଗି ଦେଉଛି ସେ  ସୁନାର ସଂସାର

    ସତେ କି କରିଛି ପଣ।।

ଦୂରେଇ ଦେଉଛି   ଆତ୍ମୀୟ ସ୍ୱଜନ 

     ପାଖକୁ ଆସିବା ମନା,

ଛ' ଖଣ୍ଡ କାଠ ତ  ଅଲୋଡା ସାଜିଲା

    ଶବକୁ ଛୁଇଁବା ମନା ।।

କଳା ବାଦଲର   କାଳିମା ଛାୟାଟି

    ଧରିଛି ଧରା କୁ ଆଜି,

ଅମୃତ କିରଣ   ଖୋଜି ସେ ପାଉନି

     ଲୁଚିଛି ବଇରୀ ସାଜି।।

ମୃତ୍ୟୁର ତାଣ୍ଡବ    ଦେଖୁଛି ମଣିଷ

    ଭୟରେ ଥରୁଛି ଛାତି,

କେଉଁଦିନ କା'ର    ପାଳି ପଡିଯିବ

     ପହଞ୍ଚିବ କାଳରାତି।।

ଅଦୃଶ୍ୟ ଖେଳାଳି   ଖେଳୁଛି ଏଠିତ

    ଧରିଛି ସଭିଙ୍କ ଡୋରୀ,

ଥରେ ଧରିନେବ (ତା) ପାଖକୁ ଯାହାକୁ

   ଆଉ ଆସିବନି ଫେରି।।

ଆସିଛି ଆତଙ୍କ     ରହିବା ସତର୍କ

    ମାଡିବନି ପାଖ ସିଏ,

ମାସ୍କ୍ ପିନ୍ଧିବା      ଦୂରତା ରଖିବା

   କରୋନା କରିବା ବାଏ।।

ଧୋଉଥିବା ନିତି   ସାବୁନରେ ହାତ

    ସାନିଟାଇଜର୍ ପୁଣି,

ଗହଳି ଜାଗାରୁ    ଦୂରେଇ ରହିବା

    କରୋନା ଠୁଁ ଯିବା ଜିଣି।।

ବିଶ୍ଵର ବିପତ୍ତି     ସମୟେ ସଭିଏଁ

    ନୀରବେ ସାଜିବା ଯୋଦ୍ଧା,

ସରକାର ନୀତି    ନିୟମ ମାନିବା

   କରୋନାକୁ ଦେବା ବିଦା।।

ହସିବ ପୁଣି ଏଇ      ବିଶ୍ୱ ଜଗତ

     ହସିବ ଏ ଧରାଧାମ,

ହସିବ ପୁଣି ଏ     ମଣିଷ ସମାଜ

    ଭୁଲି ଏ ବିଷାଦ ମର୍ମ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics