Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Goutam Mohanty

Tragedy Fantasy

3  

Goutam Mohanty

Tragedy Fantasy

ଦାଦନ

ଦାଦନ

1 min
228


ହଁ ଆଜ୍ଞା ମୁଁ ଦାଦନ କହୁଛି

              ମୋର କଥା କିଏ ଅବା ଶୁଣୁଛି

ବାହାର ରାଜ୍ୟରେ ମୁଁ ଦାଦନ ଖଟୁଛି

             ଆଉ ଦାଦନ ନାମରେ ନାମିତ ହୋଇଛି ।

ଅର୍ଥ ମୋ ପାଇଁ ଆଜି ବାଧକ ସାଜିଛି

            ଆଉ ବାହାର ରାଜ୍ୟକୁ ମୁଁ ଖଟିବାକୁ ଆସିଛି

ଦିନକୁ ବାର ଘଣ୍ଟା କାମ‌ କରି

              ବାହାର ରାଜ୍ୟରେ ମୋର ଦିନ କଟୁଛି ।

ବାପା,ମାଆ, ଭାଇ, ଭଉଣୀ ଠାରୁ ଦୂରରେ ରହୁଛି

                     ହଁ ମୁଁ ଆଜି ଦାଦନ ସାଜିଛି

ନାଁ ଅଛି ମୋର ମାନ ସମ୍ମାନ, ନାଁ ଅଛି ମୋର ଭବିଷ୍ୟତ

             ଖାଲି ଅର୍ଥ ଲୋଭରେ ସାଜିଛି, ମୁଁ ପ୍ରସ୍ଥର।

ନିଜର ଭିଟାମାଟିକୁ ପରିତ୍ୟାଗ କରି

               ଅନ୍ୟର ଭିଟାମାଟି କି ନିଜର କରିଛି

ରାଜନେତାଙ୍କ ଆଖି ଦୃଷ୍ଟିରେ 

           ଆମେ ବଞ୍ଚିଛୁ ଦାରିଦ୍ର୍ୟ ସୀମାରେଖା ତଳେ ।

ଆଉ ରାଜନେତା ଆମ ଟିକସରେ

           ଜୀବନ ଯାପନ କାଟୁଛନ୍ତି ରାଜ ଉଆସରେ

କେତେ ଦିନ ଆମେ ଆଉ ଯାଯାବର ଜୀବନ କାଟିବୁ

                ଆମକୁ ବି ସ୍ଥାୟୀ ନିବାସୀଟି କରିଦିଅ ।

ବାପା, ମାଆଙ୍କ ଠାରୁ ଦୂରରେ ରହି

               କରିପାରୁ ନାହୁଁ ବାପା, ମାଆଙ୍କ ସେବା

ହଁ ଆଜ୍ଞା ମୁଁ ଦାଦନ କହୁଛି

              ଲୋଡିବାକୁ ଦିଅ ଆମକୁ ଏକା ।

 


Rate this content
Log in

Similar oriya poem from Tragedy