STORYMIRROR

Niranjan Sahu

Fantasy

3  

Niranjan Sahu

Fantasy

ଗାନ୍ଧୀ ହେ..

ଗାନ୍ଧୀ ହେ..

1 min
189

ସ୍ୱର୍ଗତ ଶ୍ରୀ ଯୁକ୍ତ ଗାନ୍ଧୀ ହେ        

ସ୍ୱାଧୀନ ଦେଇ ଚାଲିଗଲ ତୁମେ

    ଆମେ ହେଇଗଲୁ ଛନ୍ଦି ହେ,,


ରାମ ରାଜ୍ୟ ପାଇଁ ସପନ ଦେଖିଲ

ରାବଣ କରିଲା ବନ୍ଦୀ ହେ

ଦଲାଲ ମାନଙ୍କ ଶାସନ ଚାଲିଲା

ଭେଜାଲ ଦେଲାଣି ଛନ୍ଦି ହେ


ଦେଶରେ ଜନନୀ ପ୍ରସବ କରୁଛି

ବାଟେଘାଟେ ଲୁଗା ବାନ୍ଧି ହେ

ଦେଶର କୃଷକ ଋଣ ଭାର ହୋଇ

ମରୁଛି ଫାଶରେ ଛନ୍ଦି ହେ,,


ମନ୍ତ୍ରୀ ଯନ୍ତ୍ରୀ ତନ୍ତ୍ରୀ ଲୁଟନ୍ତି ଲୋକଙ୍କୁ

କରିଣ ଫିକର ଫନ୍ଦି ହେ

ଶିକ୍ଷା ର ବିକାଶ କରନ୍ତି ଶିକ୍ଷକ

ସ୍କୁଲରେ ଭାତ ରାନ୍ଧି ହେ,


ଡାକ୍ତର ସବୁ ଯମ ରୂପ ନେଇ

ରୋଗୀ କୁ ଦିଅନ୍ତି ବାନ୍ଧି ହେ

ଟଙ୍କା ଗଣି ଗଣି ରୋଗୀ ନୟାନ୍ତ

ରୋଗୀ ମରେ କାନ୍ଦି କାନ୍ଦି ହେ,


କହୁଥିଲ ତୁମେ ଦେଶବାସୀ ଆମେ

ଏକ ସୂତ୍ରେ ଥିବା ବାନ୍ଧି ହେ

ଜନ ସାଧାରଣ କର୍ମ କୁ ଆଦରି

ହେଉଛନ୍ତି ପରା ଧନ୍ଧି ହେ


ରାମ ରାଜ୍ୟ କିମ୍ବା ରାବଣ ରାଜ୍ୟ

ବୁଝି ହେଉନାହିଁ ସିନ୍ଧି ହେ

ସ୍ୱାଧୀନ ଦେଇ ଚାଲିଗଲ ତୁମେ

ଗରିବ ମରୁଛି କାନ୍ଦି ହେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy