STORYMIRROR

Surjyakanta Dash

Fantasy Inspirational Others

3  

Surjyakanta Dash

Fantasy Inspirational Others

ମୁଁ ଓ ମୋ କଲମ

ମୁଁ ଓ ମୋ କଲମ

1 min
248


ମୁଁ ମୋ ନିଜ ଭିତରେ ନିଜେ ହଜେ ପ୍ରତିଟି ରାତ୍ରୀରେ,

ମୋର କଲମ ମୁନରୁ ଝରୁଥିବା ପ୍ରତିଟି କବିତାରେ ।।

କେତେବେଳେ ମୁଁ ହଜିଯାଏ ମୋର ପ୍ରିୟା କବରିରେ,

ଆଉ କେତେବେଳେ ହଜେ ତାର ଓଢୋଣା ର ତଳେ ।।

ମଗ୍ନ ରୁହେ ମୁଁ ବେଳେବେଳେ ପତ୍ନୀ ପ୍ରଣୟ ରେ,

ଆଉ କେତେବଳେ ଯନ୍ତ୍ରଣା ପାଏ ପ୍ରିୟା ବିରହରେ ।।

ମୁଁ ମୋର ବଞ୍ଚେ କବିତାରେ, ମରେ ବି କବିତାରେ,

ଆଉ ନିଜ ସହ ଯୁକ୍ତି କରି ବେଳେ ବେଳେ ହାରେ ।।

କଳ୍ପନା ମନରେ ଖୋଜେ ନିଜ ପରିଚୟ ଓ ପ୍ରିୟାର,

ଖୋଜି ଖୋଜି ବୁଲେ ନାୟକ ନାୟିକା ମୋ କବିତାର ।।

କବିତାରେ ମୋ ରାତି ହୁଏ ନିତି ନିତି ଭାବନାରେ ଦିନ,

ସମ୍ପର୍କ ସବୁ ମୋର କବିତାର ସୁଖଦୁଃଖ, ବିରହ ଓ ପ୍ରେମ ।।

ବେଳେ ବେଳେ ଭାବେ ମୁଁ ନିଜକୁ ଅସମର୍ଥ କବିଟିଏ,

ମୁଁ ବଦଳେଇ ପାରେନି ମୋ କଲମ ମୁନରେ ଦୁନିଆ ଏ ।।

ବେଳେ ବେଳେ ମୁଁ ପରାସ୍ତ ହୁଏ ଏଠି ବିନା ଯୁଦ୍ଧରେ,

କେବଳ ମୋ କଲମ ମୁନରେ ଆଉ ଶବ୍ଦ ବିଶେଷରେ ।।

କଲମ ମୁନରେ ମୋ ବର୍ଷିଯାଏ କେତେବେଳେ ଅଗ୍ନିର ବର୍ଷା,

ସୃଷ୍ଟି କରାଏ ମହାବାତ୍ୟାର ତାଣ୍ଡବ ଓ ପ୍ରିୟାର ଈର୍ଷା ।।

କେତେବେଳେ ଖୋଜିବୁଲେ ଫିଟାଇ ଦେବାପାଇଁ ଗହନ ରହସ୍ୟ,

ଉନ୍ମାଦନା ପିରତିର ଭାବ ଆଉ ଭାବନାର ଜୀବନ ରଙ୍ଗ ରସ ।।

ଲେଖନି ମୋ ଭାସିଯାଏ କେତେବେଳେ ଭାବନାର ପ୍ରଖର ସ୍ରୋତରେ,

ଭାସିଯାଇ ସୃଷ୍ଟି ହୁଏ ଜ୍ଞାନ ଗଙ୍ଗା ନିର୍ବିକାର ନୀର୍ଲିପ୍ତ ଚିତ୍ତରେ ।।

କେତେବେଳେ କଲମ ମୋ ଉନ୍ମୋଚନ କରେ ନୂତନ ରହସ୍ୟ,

କବିତାରେ ବୋହିଯାଏ କେତେବେଳେ ସୃଷ୍ଟିକରେ ନୂଆ ଉପନ୍ୟାସ ।।

ଲେଖିଥାଏ କେତେବେଳେ ଧରି ନାଉରିଆର ଜୀବନ ନାବ ମଙ୍ଗ,

ଜୀବନ ଗପରେ ଥାଏ ପ୍ରୀତି, ପ୍ରତାରଣା ଜୀବନର କେତେ ଛନ୍ଦ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy