ବୀର ଯବାନ
ବୀର ଯବାନ
ବୀର ଯବାନ ଖେଦ ଦରଜ ଜିଣି
ବିଦୁର ଗତାଳସ ତିମିର କିଣି ।
ମାତୃଭକ୍ତି ପୀୟୁଷ ପାନ ସେ କରି
ଅଶନେ ବସନେ ରୁଚି ସେ ନ ଭରି ।
ଭୂ- ମା ର ଅବିରଳ ସୁଦଶା ପୁତ୍ର
ନିବିଡ କ୍ଲେଶଯୁକ୍ତ ଜୀବନ ସୂତ୍ର ।
ବିଳାସ ନିକେତନ ସମ୍ପର୍କ ତ୍ୟାଗୀ
ଦେଶ ପାଇଁ ପ୍ରାଣ ସମର୍ପିତ ରଖି ।
ଘୋର ଅମ୍ବୁଦ ସଙ୍ଗେ ରଶ୍ମି ପ୍ରଖର
ଶୀତ ଶିଶିର କୁ ଯେ ନାହିଁ କାତର ।
ଦ୍ଵନ୍ଦ ସମୟେ ବକ୍ଷ ପତାଇ ଆଗେ
ଶତୃକୁ ନିପାତ ଯେ କରେ ସର୍ବାଗ୍ରେ ।
ନଦୀ ନାଳ ମରୁ ଯେ ବନେ ପର୍ବତେ
ସୀମା ରେ ଥାଆନ୍ତି ଯେ ହୋଇ ଜାଗ୍ରତେ ।
ଉତ୍ସର୍ଗ ପ୍ରାଣେ ଯେ ନାହିଁ ଲାଳସା
କୁଶଳେ ଥାଉ ଦେଶ ଏହି ମୋ ଆଶା ।
ତ୍ରିରଙ୍ଗା ଟେକ ପାଇଁ ସଦା ତତ୍ପର
ନିର୍ଭୟ ଦେଶ ପ୍ରେମୀ ନାହିଁ କାତର ।
ଜାତି ଧର୍ମ ସର୍ବେ ଐକ୍ୟ ଭାବ ସୂତ୍ର
ବର୍ଣ୍ଣନିର୍ବିଶେଷେ ସନ୍ତାନ ମାତାର ।
