କଳଙ୍କ
କଳଙ୍କ
କଳଙ୍କ ଲାଗିଲେ ଥରେ ଜୀବନରେ
ଲିଭେ ନାହିଁ ସେ ତ ଆଉ ସହଜରେ....
ମୁଣ୍ଡ ଉଠାଇ ହୁଏନା ସମାଜରେ
ନାଁ ପଡିଯାଏ ତଳେ ମୁହୂର୍ତ୍ତକରେ ....
ସଭିଏଁ କରିଥାନ୍ତି ନିନ୍ଦା ଅପମାନ
ଲାଗି ପଡ଼ନ୍ତି ଅପଦସ୍ତ କରିବାରେ....
କେହି ବଢାନ୍ତିନି ସହଯୋଗ ହାତ
ପସନ୍ଦ କରନ୍ତି ରହିବାକୁ ଦୂରରେ ....
ନିଅନ୍ତିନି କେହି କଳଙ୍କ ର ଭାର
ଜଣେ ବଦନାମ ହେଲା ପରେ....
ଏକ ଘରିକିଆ ଲାଗେ ସମାଜରେ
କଳଙ୍କର ବୋଝ ମୁଣ୍ଡେଇଲେ ଥରେ....
ପଶ୍ଚାତାପ ର ନିଆଁ ଜଳେ ମନରେ
ଜୀବନ ଛଟପଟ ହୁଏ ଯନ୍ତ୍ରଣାରେ..... ।