STORYMIRROR

Debadatta Jena

Romance Tragedy Fantasy

3  

Debadatta Jena

Romance Tragedy Fantasy

ପେଣ୍ଡୁ

ପେଣ୍ଡୁ

1 min
287


ପେଣ୍ଡୁଟିଏ ମୁଁ... 


ଶରୀର ବର୍ତ୍ତୁଳାକାର, 


ଆବଦ୍ଧ ମୋ ସୀମା, ସରହଦ,  


ଆବର୍ତ୍ତନ, ପରିକ୍ରମଣ ଓ ଘୁର୍ଣ୍ଣନ,  


ଗୋଲାକାର ମୋ ଚତୁର୍ପାଶ୍ୱ, 


ମୁଁ ନିର୍ବଳ, ଶୂନ ଆକାର... |


ଟିକିଏ ଉଶ୍ୱାସରେ ମୁଁ ଦୁଲ ଦୁଲ,  


ପା’ ପାପୁଲି ସ୍ପର୍ଶରେ ମୋ ନିଶ୍ୱାସ, ପ୍ରଶ୍ୱାସ, 


ଚଳ ଚଞ୍ଚଳ ହୁଏ ହୃଦ ଯନ୍ତ୍ର ସ୍ପନ୍ଦନ,  


ପବନ ଆହାର, ପବନ ଆଧାର,  


ଖାଏ ଗୋଇଠା ପାହାର, 


ସେଇ ପଦ ବ୍ରଜରେ ଆସ୍ଥା ମୋର, 


ନାହିଁ ମୋ ନିସ୍ତାର... |


ଏବେ ଚାରିଆଡେ ଶୂନ୍ୟତା,  


ନିସ୍ତେଜ ମୋ ଶରୀର, ମୋ ଅସ୍ତି ମଜ୍ଜା, 


ନିଃସଙ୍ଗ, ଗୃହ ବନ୍ଦୀ, ତାଲା ବନ୍ଦୀ,  


ସଙ୍ଗରୋଧ, ସୁରକ୍ଷାର ଲକ୍ଷ୍ମଣରେଖା,  


ଅବରୋଧ ଅବୟବ, 


ଅଣ ନିଶ୍ୱାସୀ ମୁଁ, 


ନୀରବ ନିଥର....|


ତଥାପି ଅପେକ୍ଷା.., 


ଅନ୍ତତଃ,ଦୁଲକାଏ ଉଷ୍ମ ଶ୍ୱାସର,  


ଅବିଶ୍ରାନ୍ତ ଆଶାର ପରି ପୂର୍ଣ୍ଣତାକୁ,  


ସୁକ୍ଷ୍ମ ତନ୍ତ୍ରିରେ ବୁକୁର ମୃଦୁ କମ୍ପନକୁ.., 


ଭିଜା ମାଟି ବାସ୍ନାରେ ସାଇତା ସେଇ, 


କନ୍ଦୁକ ପଡିଆ, ପବନର ଘର, 


କର, ପାଦ ପଦ୍ମର ସାନିଧ୍ୟକୁ, 


ତୁମର..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance