STORYMIRROR

Shaheer Rafi

Abstract Romance Fantasy

3  

Shaheer Rafi

Abstract Romance Fantasy

ମାମୁଲି

ମାମୁଲି

1 min
270

କେଉଁଥିରେ ମୁଁ ପାରଙ୍ଗମ ନୁହେଁ, 

ସବୁ ଜିନିଷକୁ ଅଧା ଛାଡ଼ି ଦିଏ,

ହଁ.... ମୁଁ କେଉଁଥିରେ ଉତ୍ତମ ନୁହେଁ। 

ମୁଁ କିଏ ମୁଁ ଜାଣେ ନାହିଁ,

ମୁଁ କ'ଣ କରିିବି ମୁଁ ଜାଣେ ନାହିଁ,

ମୁଁ ଧୀର ମନ୍ଥର ଗତିରେ ଚାଲେ,

ତୀବ୍ର ଧ୍ୱନି ମୋ ସରଗମ୍ ନୁହେଁ।

ମାନୁଛି ଟିକେ ଗୁଣ ଦୋଷ ଅଛି ମୋର,

ହେଲେ ଏଥିରେ ନୁହେଁ ତୁ ଭାଗୀଦାର,

ମୁଁ ଅନନ୍ତ ଝରଣା ଟିଏ....

ମୋର ଲକ୍ଷ୍ୟ ସଂଗମ ନୁହେଁ। 

ମୁଁ ଏକାନ୍ତରେ ମୋ ଚଲାପଥେ ଆଗକୁ ବଢ଼ି ଚାଲେ,

ହେଲେ.... କ'ଣ ଚକା ବିନା ଗାଡ଼ି ଚାଲେ?? 

ସାଥୀ ଅଭାବରେ ଦୁଃଖିତ ମୁଁ,

 ବେତାଳ ବିନା ବିକ୍ରମ କାହାଣୀକୁ,

କି କେବେ କଳ୍ପନା କରି ହୁଏ ?? 


ମୁଁ " ମାମୁଲି " ମଧ୍ୟମ ପ୍ରକାର ମଣିଷ ଟିଏ,

ଚରମ ସତ୍ୟ କୁ କଣ ଜାଣି ହୁଏ ??


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Shaheer Rafi

Similar oriya poem from Abstract