ଗୋଲାପ ପାଖୁଡା
ଗୋଲାପ ପାଖୁଡା
ଜୀବନ ନଉକା ସାଗରେ ବହୁଛି
ଦୁଃଖ ସାଜିଛି ନାଉରୀ,
ଜାଣେନା କେବେତ କୂଳରେ ଲାଗିବ
ମଇନା ଆସିବ ଫେରି।।
କୂଳ ପାଏ ନାହିଁ ମଝି ସାଗରରୁ
ଲିଭିଗଲା ବତୀଘର,
ଠକି ଦେଲ ତୁମେ ମଝି ଦରିଆରେ
ହୋଇ ଗୋଟେ ଯାଯାବର।।
ହାତ ଧରି ମୋର ନାଆରେ ବସାଇ
ନେଉଥିଲ ତୁମେ ମୋତେ,
ମଝି ଦରିଆରେ ବଇରୀ ସଜିଲ
କରିଲ ଛଳନା କେତେ।।
ଗୋଲାପ ପାଖୁଡା ଲାଜେଇ ଯାଉଛି
ପାଇକି ତୁମରି ସ୍ପର୍ଶ,
କଣ୍ଟା ଆଘାତରେ ରକ୍ତ ଝରୁଅଛି
ତଥାପି ଓଠରେ ହସ।।
#ସିଧାକଥା