STORYMIRROR

Goutam Mohanty

Romance Fantasy

3  

Goutam Mohanty

Romance Fantasy

ଗୋଲାପ ପାଖୁଡା

ଗୋଲାପ ପାଖୁଡା

1 min
253


ଜୀବନ ନଉକା    ସାଗରେ ବହୁଛି

    ଦୁଃଖ ସାଜିଛି ନାଉରୀ,

ଜାଣେନା କେବେତ କୂଳରେ ଲାଗିବ

    ମଇନା ଆସିବ ଫେରି।।

କୂଳ ପାଏ ନାହିଁ     ମଝି ସାଗରରୁ

     ଲିଭିଗଲା ବତୀଘର,

ଠକି ଦେଲ ତୁମେ  ମଝି ଦରିଆରେ

    ହୋଇ ଗୋଟେ ଯାଯାବର।।

ହାତ ଧରି ମୋର  ନାଆରେ ବସାଇ

   ନେଉଥିଲ ତୁମେ ମୋତେ,

ମଝି ଦରିଆରେ    ବଇରୀ ସଜିଲ

    କରିଲ ଛଳନା କେତେ।।

ଗୋଲାପ ପାଖୁଡା  ଲାଜେଇ ଯାଉଛି

      ପାଇକି ତୁମରି ସ୍ପର୍ଶ,

କଣ୍ଟା ଆଘାତରେ    ରକ୍ତ ଝରୁଅଛି

     ତଥାପି ଓଠରେ ହସ।।


#ସିଧାକଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance