STORYMIRROR

subrat kumar jena

Fantasy

3  

subrat kumar jena

Fantasy

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

1 min
189


ସବୁପରେ ସବୁରେ,

ଗୋଟେ ଶେଷ ସୀମା ଅଛି,

ସୀମା ଅର୍ଥ ,

ଆଗକୁ ଜିବା ମନା,

କୌଣସି ବି ପରିସ୍ଥିତି ହେଉନା କାହିଁକି ।


ମାନିଲେ ଠାକୁର ନ ମାନିଲେ,

ଠାକୁର ବି ପଥର,

କିନ୍ତୁ ଥରେ ସୀମା ଡେଇଁ ଗଲେ,

ସାମ୍ନାରେ ପଡିବ ,

ଶତ୍ରୁ ରାଷ୍ଟ୍ରର ଅବଧି,

ଯେଉଁଠି ପ୍ରତିକ୍ଷଣେ,

ଜିହାଦିର ଭାବନାରେ ଲତପତ ମଣିଷ,

ମରିବ ନହେଲେ ନେବ ଅନ୍ୟର ଜୀବନ ।


ବିଶ୍ୱାସେ ମିଳଇ ହରି,

ବିଶ୍ୱାସର ଯଦି ରାସ୍ତାରେ ନିଲାମ ହୁଏ,

ବିଶ୍ୱାସରେ ବିଶ୍ୱାସରେ ଗୋଳାବାରୁଦର ଷଡଯନ୍ତ୍ର,

ଭୂମିତଳେ ଲ୍ୟାଣ୍ଡମଇନ୍ସ ର ଜାଲ,

ସୀମା କେମିତି ହେବ ନିରୂପଣ,

ଶାନ୍ତିରେ ନାଁ ଅସ୍ତ୍ରର ଜୋରରେ,

କିଏ କରିବ ସବୁର ଶେଷ ନିଷ୍ପତ୍ତି ।


ତୁମେ ଆସିଲ ବସିଲ,

ହସିଲ କାନ୍ଦିଲ ,

ଅନେକ କିଛି କହିଚାଲିଲ,

ମୁଁ କିନ୍ତୁ ଶୁଣୁଥିଲି ନୀରବ ସାଥୀଟେ ହୋଇ,

ପଚାରିଲନି କେବେ,

କେତେ ବୁଝିଲି କେତେ ମନେ ରଖିଲି,

ଆଉ କେତେ ପାସୋରି ଦେଲି,

କଥା ସରୁ ସରୁ ଚାଲିଗଲ ତୁମ ମନକୁ,

ଥରେ ଶୁଣିଲନି ମୋ,

ସୀମାର ଜାଗ୍ରତ ପ୍ରହରୀଙ୍କ କଥା,

ଏଠି ପ୍ରତିକୂଳରେ ବି ସଜାଗ କର୍ତବ୍ୟ,

ଚାହିଁଲେ ବି ନେଇହୁଏନି ଶେଷ ନିଷ୍ପତ୍ତି,

କେବଳ ସମସ୍ତଙ୍କ ଲାଗି ଗୋଟିଏ ନିଷ୍ପତ୍ତି,

ଜୀବନ ପଛେ ଯାଉ,

ଫେରିବିନି କେବେ କର୍ତ୍ତବ୍ୟକୁ ପିଠିକରି,

ଅବଶୋଷ କରିବାକୁ ପଡିବନି,

ସେଇ ଶେଷ ନିଷ୍ପତ୍ତିର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy