STORYMIRROR

Manaswinee Dash

Fantasy

3  

Manaswinee Dash

Fantasy

ମୁଁ ସଜ ସକାଳ ସଜନୀ

ମୁଁ ସଜ ସକାଳ ସଜନୀ

1 min
164

ଯେବେ ରାତିର ରଜନୀ 

ନିଏ ନିଜର ଚାଦର ଟାଣୀ, 

ଜାଗି ଉଠେ ସେଇ ସଜ ସକାଳ ସଜନୀ, 

ଧରୀ ତାର ପ୍ରତି ଚାହାଣୀ। 


ନାଲି ସୁରୁଜ ଦିଶଇ କେତେ ସୁନ୍ଦର, 

ତାର ନାଲି ରଂଗ ଓଠ ଅଧର, 

ତା ନାଲିମା କୁ ଜଗି ଥାଏ ସାରା ସଂସାର, 

ନାଲି ରଂଗ କିରଣ ରେ ପରଶ ସାମାନ୍ଯ ଉଷ୍ତତାର। 


ପକ୍ଷୀନ୍କର ସେହି ଚିଁ ଚିଁ ଶବଦ, 

ସେହି କାକର ବିନ୍ଦୁର ଭେଦ, 

ମନରେ ସଂଜାରିତ ଉନ୍ମାଦ, 

ଲାଗି କେତେ ପ୍ରକାର ପ୍ରଭେଦ। 


ସେଇ ସଜ ପବନ, 

ସଜ ସକାଳର ମନର ଆଲୋଡନ, 

କେତେ ସୁନ୍ଦର ଦିନ, 

ସଜ ସକାଳ ତୁ ଧନ୍ୟ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy