ପ୍ରଦୀପ ଶିଖା
ପ୍ରଦୀପ ଶିଖା
ମୋ ଜୀବନ ପ୍ରଦୀପ ଜାଳି ମୁଁ ଦେଇଛି ତୁମରି ପୟରେ
ଦୟା କର ଦୀନ ଦୁଃଖ ହାରି ଶୁଣ ଦୁଃଖ ବାରେ
ତୁମ ବିନା କିଏ ନୁହେଁ ମୋର ଆପଣାର
ମୋ ଜୀବନ ଶିଖାକୁ ତୁମେ ଉର୍ଦ୍ଧଗାମି କର
ତୁମେ ମୋ ଶକତି ତୁମେ ମୋ ଭକତି
ତୁମେ ମୋ ଜୀବନ ପ୍ରାଣ ତୁମେ ମୋ ପ୍ରଗତି
ମୋ ଜୀବନରୁ ପ୍ରଭୁ ନେଇ ଯାଅ ଘନ ଅନ୍ଧକାର
ମୋ ଜୀବନ ପ୍ରଦୀପକୁ ଜାଳିଛି ତୁମରି ପୟର
ତୁମେ ମୋ ଦୁର୍ଗୁଣକୁ କରି ନିଅ ହରଣ
ମୋ ଜୀବନ ପ୍ରଦୀପ ଶିଖା ତୁମରି ଶରଣ
ତୁମେ ଥିଲେ ଡର ଭୟ ମୋତେ ଲାଗେ ନାହିଁ
ବଞ୍ଚିଛି ବଞ୍ଚିବି ପ୍ରଭୁ କେବଳ ତୁମରି ପାଇଁ
ଯାହା ମୁଁ ପାଉଛି ପ୍ରଭୁ ସବୁ ତୁମରି ଦାନ
ମୋ ଜୀବନ ପ୍ରଦୀପକୁ ତୁମକୁ କଲି ସମର୍ପଣ
ତୁମେ ମୋ ସବୁ ବାଧାକୁ ହରଣ କରିବ
ମୋ ଜୀବନ ପ୍ରଦୀପ ଶିଖାକୁ ସୁରକ୍ଷା ଦେବ ।
