STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

ପ୍ରଦୀପ ଶିଖା

ପ୍ରଦୀପ ଶିଖା

1 min
140


ମୋ ଜୀବନ ପ୍ରଦୀପ ଜାଳି ମୁଁ ଦେଇଛି ତୁମରି ପୟରେ

ଦୟା କର ଦୀନ ଦୁଃଖ ହାରି ଶୁଣ ଦୁଃଖ ବାରେ

ତୁମ ବିନା କିଏ ନୁହେଁ ମୋର ଆପଣାର

ମୋ ଜୀବନ ଶିଖାକୁ ତୁମେ ଉର୍ଦ୍ଧଗାମି କର

ତୁମେ ମୋ ଶକତି ତୁମେ ମୋ ଭକତି 

ତୁମେ ମୋ ଜୀବନ ପ୍ରାଣ ତୁମେ ମୋ ପ୍ରଗତି

ମୋ ଜୀବନରୁ ପ୍ରଭୁ ନେଇ ଯାଅ ଘନ ଅନ୍ଧକାର

ମୋ ଜୀବନ ପ୍ରଦୀପକୁ ଜାଳିଛି ତୁମରି ପୟର

ତୁମେ ମୋ ଦୁର୍ଗୁଣକୁ କରି ନିଅ ହରଣ

ମୋ ଜୀବନ ପ୍ରଦୀପ ଶିଖା ତୁମରି ଶରଣ

ତୁମେ ଥିଲେ ଡର ଭୟ ମୋତେ ଲାଗେ ନାହିଁ

ବଞ୍ଚିଛି ବଞ୍ଚିବି ପ୍ରଭୁ କେବଳ ତୁମରି ପାଇଁ

ଯାହା ମୁଁ ପାଉଛି ପ୍ରଭୁ ସବୁ ତୁମରି ଦାନ

ମୋ ଜୀବନ ପ୍ରଦୀପକୁ ତୁମକୁ କଲି ସମର୍ପଣ

ତୁମେ ମୋ ସବୁ ବାଧାକୁ ହରଣ କରିବ

ମୋ ଜୀବନ ପ୍ରଦୀପ ଶିଖାକୁ ସୁରକ୍ଷା ଦେବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy