STORYMIRROR

Anjana Naik,Anju..Deogarh

Abstract Fantasy

3  

Anjana Naik,Anju..Deogarh

Abstract Fantasy

ଚକ୍ରବାକିର ନିଶୀଥିନୀ

ଚକ୍ରବାକିର ନିଶୀଥିନୀ

1 min
152

ଭାଙ୍ଗି ଦେବକି ଆସି

ଆମ ମଧ୍ୟେ ଥିବା ପାଚେରୀକୁ 

ବୁହାଇବ ପ୍ରେମ ଝର

ଘଟରୁ ଅନ୍ୟ ଘଟକୁ 

ମିଶାଇ ଦେବ କି ତୁମେ 

ଜାତି, ଭାଷା ଆଉ ପ୍ରାନ୍ତକୁ 

ସମାଧାନ କରି ଦେବକି

ଧର୍ମନାମେ ହେବା ସଂଘର୍ଷକୁ

ଯଦି ଏସବୁ ହୁଏ ଅସମ୍ଭବ 

ତେବେ ନା ତୁମେ କିଛି କହି ପାରିବ 

ନା ମୁଁ କିଛି କହି ପାରିବି

ନା ଆମେ ଯୋଡ଼ି ପାରିବା

ଆମ ମଧ୍ୟେ ଥିବା ଫଟା ସମ୍ପର୍କକୁ

ନା ତୁମକୁ ମିଳିବ ଲକ୍ଷ

ନା ତାହା ପାଇବି ମୁଁ 

ଜୀବନ ହେବ ଉଲାକା ତୁଲ୍ୟ

ଖସି ଆକାଶରେ ଭାଜି ଯିବାକୁ 

ବାଧ୍ୟ ବଶତଃ

ସମୟର ଅବହାୱାରେ

ସୁସମ୍ପର୍କ ସବୁ ବଦଳିଯିବ

ଜଣେ ଅନ୍ୟଠୁ 

କୂଳ କାଟି ଚାଲି ଯିବା

ପାଖରେ ଥାଇ ଦି ଜଣ

ଅପରିଚିତ ମଣି

ଦୂରତ୍ବ ଅନୁଭବ କରିବା

ପୁଣି ଚାହିଁ ବସିଥିବା

ଅନ୍ୟତ୍ର ମିଳନକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract