ଚକ୍ରବାକିର ନିଶୀଥିନୀ
ଚକ୍ରବାକିର ନିଶୀଥିନୀ
ଭାଙ୍ଗି ଦେବକି ଆସି
ଆମ ମଧ୍ୟେ ଥିବା ପାଚେରୀକୁ
ବୁହାଇବ ପ୍ରେମ ଝର
ଘଟରୁ ଅନ୍ୟ ଘଟକୁ
ମିଶାଇ ଦେବ କି ତୁମେ
ଜାତି, ଭାଷା ଆଉ ପ୍ରାନ୍ତକୁ
ସମାଧାନ କରି ଦେବକି
ଧର୍ମନାମେ ହେବା ସଂଘର୍ଷକୁ
ଯଦି ଏସବୁ ହୁଏ ଅସମ୍ଭବ
ତେବେ ନା ତୁମେ କିଛି କହି ପାରିବ
ନା ମୁଁ କିଛି କହି ପାରିବି
ନା ଆମେ ଯୋଡ଼ି ପାରିବା
ଆମ ମଧ୍ୟେ ଥିବା ଫଟା ସମ୍ପର୍କକୁ
ନା ତୁମକୁ ମିଳିବ ଲକ୍ଷ
ନା ତାହା ପାଇବି ମୁଁ
ଜୀବନ ହେବ ଉଲାକା ତୁଲ୍ୟ
ଖସି ଆକାଶରେ ଭାଜି ଯିବାକୁ
ବାଧ୍ୟ ବଶତଃ
ସମୟର ଅବହାୱାରେ
ସୁସମ୍ପର୍କ ସବୁ ବଦଳିଯିବ
ଜଣେ ଅନ୍ୟଠୁ
କୂଳ କାଟି ଚାଲି ଯିବା
ପାଖରେ ଥାଇ ଦି ଜଣ
ଅପରିଚିତ ମଣି
ଦୂରତ୍ବ ଅନୁଭବ କରିବା
ପୁଣି ଚାହିଁ ବସିଥିବା
ଅନ୍ୟତ୍ର ମିଳନକୁ ।
