STORYMIRROR

Prahallad Sahoo

Action Classics Fantasy

3  

Prahallad Sahoo

Action Classics Fantasy

ଜୀବନ ପରିଧି

ଜୀବନ ପରିଧି

1 min
163

ଜୀବନ ଟା ଏକ ଅମୀମାଂସିତ ଅବୁଝା ଗଣିତ

ତା ମଧ୍ଯେ ଅଛି ଯୋଗ, ବିୟୋଗ, ହରଣ, ଗୁଣନ

ଭରା ଅଙ୍କ ସାସ୍ତ୍ର।  


ଜୀବନ ସାରା ମୁଣ୍ଡ ଗୁଞିବା ପାଇଁ "ବାସ" ଖୋଜୁ ଖୋଜୁ

ମୂଣ୍ଡ ଘୁରିଯାଏ ମେନସୁରେସନ, ଜ୍ଯାମିତିର ସୂତ୍ର ରେ।

କିନ୍ତୁ ଏ ଗତିଶୀଳ ପ୍ରାଣ ସତ୍ତା ଘୂରିବୁଲେ ଅବିରତ

ଅକ୍ଷାଂଶ ରୁ ଦ୍ରାଘିମାର ପରିଧି ଭିତରେ।


ଜ୍ୟାମିତିକ ପୃଷ୍ଠଭୂମିର ସମତଳ ଖୋଜୁଥିବା ଏ ମନ, 

କେତେବେଳେ ତ୍ରିକୋଣ, ଚତୁଃଷ୍କୋଣ, ଷଟକୋଣ ତ

କେତେବେଳେ କୋଣ ବିହିନ ପରିଧିର ବଳୟ ମଧ୍ଯରେ

କିଛି ପାଇବାର ଇଛାର କରେ ନିଜ ପାଇଁ ଗତି ନିର୍ଦ୍ଧାରଣ।


ଆରମ୍ଭରୁ ଶେଷ ଯାଏ କେବଳ ହିସାବ ଆଉ ନିକାସ।

ବେଳେବେଳେ ନୟାନ୍ତ, ପୁଣି କେତେବେଳେ ବେହୋସ।

ଭଳିକି ଭଳି ଜୀବନ ତମାମ ଉପୁଜେ ଅନେକ ସମସ୍ୟା

ସେ ଗାଣିତିକ ସମସ୍ୟାର ସମ୍ମୁଖୀନ ହୁଏ ମଣିଷ ଏକା।

ଏ କସା କସି ଜୀବନଟା ଆଦ୍ଯରୁ ଅନ୍ତ ଯାଏ କସି ଚାଲେ

ଜୀବନ ଗଣିତର କାଲକୁଲସ, ପ୍ରୋବାବିଲିଟି, କନଷ୍ଟ୍ରକସନ

ପ୍ରୟୋଗ ଭିତ୍ତିରେ କେବେ ପୁଣି ପରମିୟୁଟେସନ-କମ୍ବିନେସନ।

ଚାରି ହାତ ଜମି, ଛ ଖଣ୍ଡ କାଠର ସବାରି ହେବ ଶେଷ ସନ୍ତକ

ତଥାପି ଏ ମଣିଷ ବୁଝେନା କେତେ ଅବା ଦୂର ସ୍ବର୍ଗ ରୁ ନରକ।

ସେହି ଚାରି ହାତ ପରିଧି ଭିତରେ ଶେଷ ହେବ ଜୀବନ ନାଟକ

କାହିଁକି ବାନ୍ଧିଛୁ ମୋହ ମାୟା, କାହିଁକି କରୁଛୁ ତୁ ଏତେ ଲୋଭ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action