STORYMIRROR

Prahallad Sahoo

Romance Classics Fantasy

3  

Prahallad Sahoo

Romance Classics Fantasy

ବର୍ଷାର ଆଗମନ

ବର୍ଷାର ଆଗମନ

1 min
195

ଜଳ ବିନା ଭୁଇଁ ହୋଇଯାଏ ଟାଙ୍ଗର

ଚାଷି ଭାଇ ମୁଣ୍ଡେ ହାତ ଦେଇ

ମିନତି କରେ ଇନ୍ଦ୍ରଦେବଙ୍କୁ ବାର ବାର।


ଯେବେ ବର୍ଷାଜଳ ବର୍ଷିଯାଏ ମହୀତଳ

ବର୍ଷାକୁ ଅପେକ୍ଷାରତ ଚାତକ

ଝିପି ଝିପି ବର୍ଷା ଜଳେ ହୁଏ ଉନ୍ମତ୍ତ।


କଳାମେଘ ଦେଖି ମନ ହୁଏ ଉତଫୁଲ୍ଲିତ

ବାଦଲରୁ ଯେବେ ଖସିପଡେ ଜଳ

ବୁନ୍ଦା ବୁନ୍ଦା ବର୍ଷାରେ ପୃଥି ହୁଏ ପ୍ରଫୁଲ୍ଲିତ।


ବେଙ୍ଗ ବେଙ୍ଗୁଲି ଆନନ୍ଦେ କରନ୍ତି ପ୍ରେମାଳାପ

ନୂଆ ସଂସାରଟିଏ ଗଢିବା ପାଇଁ

ବର୍ଷା ଜଳେ ଯାଆନ୍ତି ହଜି ଗାଇ ପ୍ରେମର ଗୀତ।


ଚନ୍ଦନ ପୂର୍ଣ୍ଣିମାଦିନ ଦେଖାଦିଅନ୍ତି ଦାରୁବ୍ରହ୍ମ 

ଶ୍ରୀମନ୍ଦିରରୁ ଓହ୍ଲେଇ ଆସନ୍ତି ସହଳେ

ଚୁଆ, ଚନ୍ଦନର ବାସନାରେ ଆହାକି ମନୋରମ।


ଜଗନ୍ନାଥଙ୍କ ଭାରି ପ୍ରୀୟ ବୁନ୍ଦା ବୁନ୍ଦା ବର୍ଷାଜଳ

ଭାଇ ଭଉଣୀଙ୍କ ସାଥେ ମିଳି

କରନ୍ତି ନାବକେଳି ଭକ୍ତ ଜନେ ଲଗେଇ ଗହଳ।


ଆଷାଢ, ଶ୍ରାବଣ, ଭାଦ୍ରବ, ଆଶ୍ବିନ ଚତୁର୍ମାସ 

ଧରାଭୂମି ପୁଲକିତ ହୁଏ ଧାରଣ କରି ବୀଜ

ସେ ବୀଜରୁ ଫଳ ପୁଷ୍ପ ପ୍ରଦାନି ବୃକ୍ଷ ହୁଏ ଉଲ୍ଲାସ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance