ଅଧର ପଣା ୨
ଅଧର ପଣା ୨
ତୁମ ଅଧର ପଣା ରେ ଗହଳି ଲାଗିଛି
ସବୁ ଦେବତା ଚାହଁ ରହିଛନ୍ତି ।
ତୁମ ସାଥେ ପାସ୍ଵ ଦେବତା ଯାଇଥିଲେ
କେତେ ଅଶରୀରୀ ତୁମ ସାଥେ ଥିଲେ ।
ସଭିଏଁ ଏତେ ବାଟ ଯାଇ ଥକି ପଡି ଛନ୍ତି
ଆଜି ପଥ ମଧେ ବିଶ୍ରାମ ଲୋଡ଼ନ୍ତି ।
ତୁମ ଅଧରା ମୃତ କୁ ସଭିଏଁ ପାନ କରିବେ
ଅମୃତ ତୁଲ୍ୟ ସେ ପଣା କୁ ସଭିଏଁ ପିଇବେ ।
ତିନି ରଥେ ଅଧର ପଣା କୁ ଅର୍ପଣ ହୋଇବ
ସେ ପଣା ତୁମ ଅଧର କୁ ସ୍ଵର୍ସ କରି ଥିବ ।
ଅଧର ପଣା କୁ ତିନି ରଥେ ଭଙ୍ଗା ହୋଇବ
ସେ ଦିବ୍ୟ ପଣା ପାନ କରି ସଭିଙ୍କ ମନ ତୃପ୍ତ ହେବ ।
