STORYMIRROR

Prashantam Bapu

Romance Fantasy Inspirational

3  

Prashantam Bapu

Romance Fantasy Inspirational

ଜାଣିଛି

ଜାଣିଛି

1 min
129


ଜାଣିଛି ତୋର ମୋର କୌଣସି ମେଳ ନାହିଁ

ହେଲେ ଯେତେ ବୁଝେଇଲେ ବି ଏ ହୃଦୟ କ'ଣ ବୁଝୁଛି ?

ତୋତେ ଯେତେ ଗହିରରେ ନେଇ ପୋତିଲେ 

କି ଅବଚେତନର କେଉଁ ଅଜଣା ଅନ୍ଧ ଗଳିରେ ଫିଙ୍ଗିଦେଲେ ବି

ନିଃସଙ୍ଗତା ମୋର ଅଚିରେ ଖୋଜି ଆଣେ ତୋତେ ।


ମରଣ ମୁହାଁ ଅମୃତଭଣ୍ଡା ଗଛର 

ଶେଷ ଆଶାର ଟିକି ଟିକି କିଛି ଫଳ ପରି

ସେସବୁ ଆଉ ବଢ଼ିବାର ଉପାୟ ନଥାଏ 

କେଉଁ ମୁହୁର୍ତ୍ତରେ ଅବେଳରେ ସେସବୁ ଧରାସାୟୀ ହେବେ । 


ସେହି ଗଛଟି ପୁଣି ଅତିତରେ କେତେ ହୃଷ୍ଟପୃଷ୍ଟ ଫଳ ନଫଳାଇଛି

କେତେ ଉଦରର ଭୋକ ସେ ନମେଣ୍ଟାଇଛି

ହେଲେ କୁଆଡ଼େ ଗଲେ ତା'ର ସେ ସ୍ୱପ୍ନର ସନ୍ତାନ ସବୁ ?

ସେ ତ କେବଳ କାହାର ଭୋକ ମେଣ୍ଟାଇବାକୁ ଫଳିନଥିଲା

ବରଂ ଏ ପୃଥିବୀ ଦେହରେ ବ୍ଯାପିବାର ଥିଲା ତା'ର ଲକ୍ଷ୍ୟ

ହେଲେ ଏ ପ୍ରକୃତି ର ନିୟମ ପରା ବଡ଼ ନିର୍ମମ କୃର 

ଏଠି ଜୋର୍ ଯାହାର ମୁଲକ ତା ହାତ ମୁଠାରେ 

ତା' ପାଖରେ ଦୁର୍ବଳ ଅସହାୟ ପାଇଁ ସ୍ଥାନ କାହିଁ ?


ତୁ ଭି ସେହି ନୃସଂସ ପ୍ରକୃତି ର ଏକ ପ୍ରତିଛବି 

ତ କେମିତି ବା ତା ଦୁର୍ବଳ ସ୍ୱପ୍ନକୁ ମଞ୍ଜିକୁ 

ତୋ ଗର୍ଭରେ ଆଦରି ନେଇ ପାରିଥାଆନ୍ତୁ

ଲକ୍ଷେ ବୃଥା ଚେଷ୍ଟା କି କୋଟିଏ ଦିବାସ୍ୱପ୍ନର 

ଅବସ୍ଥା ବି ସେହି ଝଡ଼ିପଡ଼ିବାକୁ ଥିବା ଫଳ ତୁଲ୍ୟ ହେବ

ଯାହାର ବଳିଦାନ କି ଆତ୍ମହତ୍ୟାର ଇତିହାସ ଲେଖାଯାଏନି ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance