STORYMIRROR

Pt.Abhaya Kumar Tripathy Sharma

Fantasy

3  

Pt.Abhaya Kumar Tripathy Sharma

Fantasy

ଜୀବନଟା ଆମ

ଜୀବନଟା ଆମ

1 min
152

ଐତିହ୍ୟ ସମ୍ପନ୍ନ ଗାଆଁଟିଏ ମୋର

ଆଉ ନାହାନ୍ତି ସେ ଲୋକ

ଯାହାଙ୍କ ପାଇଁକି କରୁଥାଏ ଆମେ

ଶ୍ରଦ୍ଧାଞ୍ଜଳି ଆଉ ଶୋକ l


ଏବେକାର ସବୁ ଗାଆଁ ମୁଣ୍ଡିଆଳ

ରକତ ପିପାସୁ ଜୋକ

ଯାହା ପାଉଛନ୍ତି ସବୁ ଖାଉଛନ୍ତି

ସେଯେ ସଵାଖିଆ ପୋକ l


ଉପରେ ସେଚନ ବ୍ୟବସ୍ଥା କରିକି

ପଛେ ଦେଉଥାନ୍ତୁ ଚେଙ୍କ

ଗରିବ ଜନତା ବୁଝେ ନାହିଁ କିଛି

କରେ ତାଙ୍କ ଅଭିଷେକ l


ମୁଣ୍ଡିଆ ମାରନ୍ତି ହାତ ମିଳାଅନ୍ତି

ଯିଏ ଥିଲାବାଲା ଲୋକ

ଗରିବ ମାନଙ୍କ ଥାଳ ଭାଙ୍ଗୁଥାନ୍ତି

ଦିଅନ୍ତିନି ମୁଠେ ଭିକ l


ପଚସ୍ତରୀ ବର୍ଷ ସ୍ୱାଧୀନ ଭାରତେ

ବେଈମାନଙ୍କର ଟେକ

ଆମମୁହେଁ ଶୋଭା ପାଉନି ଏ କଥା

ଜୀବନଟା ଆମ ଧିକ l


Rate this content
Log in

Similar oriya poem from Fantasy