କଙ୍କାଳର କିର୍ତ୍ତୀ
କଙ୍କାଳର କିର୍ତ୍ତୀ
ଆଜନ୍ମା ଜଗତଯାକ ପାଏ ତାଠୁ ଖୁସି,
ଶୁଖିଲା ଓଷ୍ଠେ ତାର ଦିଏ ଧୀରେ ହସି,
ଜଗତ ପେଟ ପାଇଁ ସଜାଡ଼େ ସେ ଦାନା,
ତା ପରିବାର ପେଟ କଥା କିଏ ଵି ବୁଝେନା |
ନିଃଶ୍ଵତାର ମୂର୍ତ୍ତି ସିଏ ଏ ଧରା ବୁକୁରେ,
ସବୁଜିମା ଶସ୍ୟ ସିନା ଫଳାଏ ଧରାରେ,
ତାର ଝାଳବୁହା ଧନେ ଫଳିଥାଏ ସୁନା,
ତଥାପି ଶୂନ୍ୟ ରହିଥାଏ ତା ଘର ଅଗଣା |
ବଡ଼ ବଡ଼ିଆଙ୍କ ସ୍ଥାନ ସବୁଠାରେ ଥାଏ,
ଖାଦ୍ୟ ବିନା ବଡ଼ ବ୍ୟକ୍ତି ଅଛି କୁହ କିଏ,
ଧନ ଅରଜିଛି ସିନା ଜୀବନ ତ ନୁହେଁ,
ଜୀବନ ସୁରକ୍ଷା ତାହାରି ହାତରେ ଥାଏ |
ସେଥିପାଇଁ ନିଃଶ୍ଵ ସିଏ ଜଗତ ହିତରେ,
ତା ହିତ ବୁଝିବା କଥା କିଏବା ପଚାରେ,
ସବୁଙ୍କର ଦେହେ ସିଏ ରକ୍ତ ମାଂସ ଦେଇ,
ନିଜ ଦେହେ କଙ୍କାଳର କିର୍ତ୍ତୀ ଅଛି ଲେହୀ |
ବର୍ଷା, ଖରା, ଶୀତ ତାକୁ ନାହିଁ ଅଟକାଇ , ବାତ୍ୟା ମରୁଡିକୁ ତାର ଜମା ଭୟ ନାହିଁ,
ଶେଷ ନିଶ୍ୱାସ ପର୍ଯ୍ୟନ୍ତ ନିଜେ ଖଟିମଟି,
ସବୁଜିବଙ୍କ ଶରୀରେ ପ୍ରାଣ ଦିଏ ବାଣ୍ଟି |
ହେ କଙ୍କାଳ ମହାମୂର୍ତ୍ତି, ଧନ୍ୟ ତୁମ କିର୍ତ୍ତୀ,
ଜଗତ ଜନଙ୍କ ହିତେ ତୁମର ଆହୁତି,
କାଳ କାଳ ଯଶ ଗାଉ ତୁମ ନାମେ ଗୀତି,
ଜୟ ହେ କୃଷକ ଘେନ କୋଟିଏ ପ୍ରଣତି |