ମନ ହୁଏ ଟାଣି
ମନ ହୁଏ ଟାଣି
ଏଇ ପ୍ରକୃତି ରାଣ
ତା ସୁନ୍ଦରତା ର ସଭିଙ୍କ ମନ ନିଏ ଟାଣି
ଭାରି ମନଲୋଭା ତାର ବାସନ୍ତିକ ଠାଣୀ,
ତା ସୁନ୍ଦରତା ନବବଧୂର ଚାହାଁଣୀ।
ଭାରି ସୁନ୍ଦର ଲାଗେ ତାର କଅଁଳ ଖରା,
ନାଲି କିରଣ ତାର ଗାରିମାରେ ଭରା,
ପକ୍ଷୀ ମାନେ କରନ୍ତି କେତେ ଯେ ଶବ୍ଦ,
ଏଇ ସ୍ବର କରିଯାଏ ମନ୍ତ୍ର ମୁଗ୍ଧ ।
କୁଳୁ କୁଳୁ ଝରଣା ଯାଉଅଛି ବହି,
ତାର କୁଳୁ କୁଳୁ ନାଦ ମନ ନିଏ ମୋହି,
ସବୁଜ ବନାନୀ ଆଉ ନାନା ବୃକ୍ଷ ରାଜି,
ରଖିଥାଏ ରଂଗ ବେରଂଗ ଫୁଲ ସାଜି।
ସାଇଁ ସାଇଁ ପବନରେ ଗଛ ଯାଏ ଦୋହଲି,
ସତେ ଗଛ ହସୁଛି ଖିଲି ଖିଲି,
ପାହାଡ ହୋଇଛି ଛିଡା ବୀର ଦର୍ପର,
ସତେକି ସଜାଗ ପ୍ରହରୀ ସେପରେ।
ପକୃତିର ଶୋଭା ଶବ୍ଦରେ କରି ହୁଏନା,
ଏତ ଅନୁଭବର ରଚନା,
କିଏ କିପରି କରେ ଉପଭୋଗ ସେ ତ କହି ହୁଏନା,
ମନ ହୁଏ ଉଲ୍ଲସିତ ସିନା।
