STORYMIRROR

Manaswinee Dash

Fantasy

3  

Manaswinee Dash

Fantasy

ମନ ହୁଏ ଟାଣି

ମନ ହୁଏ ଟାଣି

1 min
208

ଏଇ ପ୍ରକୃତି ରାଣ

ତା ସୁନ୍ଦରତା ର ସଭିଙ୍କ ମନ ନିଏ ଟାଣି 

ଭାରି ମନଲୋଭା ତାର ବାସନ୍ତିକ ଠାଣୀ, 

ତା ସୁନ୍ଦରତା ନବବଧୂର ଚାହାଁଣୀ। 


ଭାରି ସୁନ୍ଦର ଲାଗେ ତାର କଅଁଳ ଖରା, 

ନାଲି କିରଣ ତାର ଗାରିମାରେ ଭରା, 

ପକ୍ଷୀ ମାନେ କରନ୍ତି କେତେ ଯେ ଶବ୍ଦ, 

ଏଇ ସ୍ବର କରିଯାଏ ମନ୍ତ୍ର ମୁଗ୍ଧ । 


କୁଳୁ କୁଳୁ ଝରଣା ଯାଉଅଛି ବହି, 

ତାର କୁଳୁ କୁଳୁ ନାଦ ମନ ନିଏ ମୋହି, 

ସବୁଜ ବନାନୀ ଆଉ ନାନା ବୃକ୍ଷ ରାଜି, 

ରଖିଥାଏ ରଂଗ ବେରଂଗ ଫୁଲ ସାଜି। 


ସାଇଁ ସାଇଁ ପବନରେ ଗଛ ଯାଏ ଦୋହଲି, 

ସତେ ଗଛ ହସୁଛି ଖିଲି ଖିଲି, 

ପାହାଡ ହୋଇଛି ଛିଡା ବୀର ଦର୍ପର, 

ସତେକି ସଜାଗ ପ୍ରହରୀ ସେପରେ। 


ପକୃତିର ଶୋଭା ଶବ୍ଦରେ କରି ହୁଏନା, 

ଏତ ଅନୁଭବର ରଚନା, 

କିଏ କିପରି କରେ ଉପଭୋଗ ସେ ତ କହି ହୁଏନା, 

ମନ ହୁଏ ଉଲ୍ଲସିତ ସିନା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy