ଦ୍ବିତୀୟ ଦୁନିଆ
ଦ୍ବିତୀୟ ଦୁନିଆ
ଦ୍ଵିତୀୟ ଦୁନିଆ ଅଦ୍ୱିତୀୟ ମୋର,
ସେଇ ଠାରେ ଏକା ମୁଁ ଅଟଇ ମୋର ।
ଭାବର ଝରଣା ବହେ ଅବିରତ,
ସେ ଝରରେ ଝରେ ବିତିତ ଅତୀତ ।
ସେ ଦୁନିଆରେ ମୋ ଆଶା ଯେ ଆକାଶ,
ପାହାଡ ସଦୃଶ ଧର୍ଯ୍ୟ ମୋ ବିଶେଷ ।
ମନ ଖଗ ତାର ପଙ୍ଖ ଯେ ମେଲାଇ,
ଦୂରେ ଦୂରେ ବୁଲେ ଆଜାଦ ଅଟଇ ।
ଦୁଃଖ ମୋର ସାଥୀ ସଂଘର୍ଷ ବେଳରେ,
ସୁଖ ମୋ ସାହାସ ଦୁଃଖର କାଳରେ ।
କ୍ଷୁଦ୍ର ଇଚ୍ଛା ମୋର ବୃକ୍ଷର ସଦୃଶ,
ଅନାବନା ଭାବେ ନିଶ୍ଵାସ ପ୍ରଶ୍ୱାସ ।
ବଞ୍ଚିବାର ରାହା ସେ ରାଇଜେ ଖୋଜେ,
ଅନୁଭୂତି ମୋ ଆତ୍ମ ବିଶ୍ଵାସ ସାଜେ ।
ଯାହା ମୁଁ କରଇ ଯାହା ମୁଁ ଚିନ୍ତଇ,
ଦୁନିଆରୁ ଯାହା ଦରଦ କିଣଇ ।
ଅସାମ୍ଭାବ୍ୟ ମୁହିଁ ଆଶା ଯେ ତୋଳଇ,
କାରଣ କାର୍ଯ୍ୟରେ ସମୟ ବିତଇ ।
ବିତିବା ସମୟ ସହଜ ନୁହଁଇ,
ଆଜୀବନ କାରାଦଣ୍ଡ ଜୀବ ନଇ।
ଅବ୍ୟକ୍ତ ଯାହା ଯେତେ ବାର୍ତ୍ତା ନେଇ,
ଦୁନିଆ ବୁକୁରେ ଶୂନ୍ୟ ଶୂନ୍ୟ ମୁହିଁ ।
ଯାହା ଯେତେ ସବୁ ଅନ୍ତର ବ୍ଯଥିତ,
ମନେ ହୁଏ ତାର ହେଉ କ୍ଷଣି ଅନ୍ତ ।
ଅନ୍ତ ତ ଦିଶୁନି ଅନ୍ତର ବ୍ଯଥିତ,
ଖୋଜି ବୁଲେ ଶାନ୍ତି ସରବ ମୁହୂର୍ତ୍ତ ।