STORYMIRROR

Balabanta Sahu

Abstract Fantasy

3  

Balabanta Sahu

Abstract Fantasy

ଭାଙ୍ଗିଯିବ ସ୍ୱାର୍ଥର ବନ୍ଧ

ଭାଙ୍ଗିଯିବ ସ୍ୱାର୍ଥର ବନ୍ଧ

1 min
13.3K


ହେ ମଣିଷ !

ମୁଁ ,ମୁଁ କହି ବାନ୍ଧ ଯେଉଁ ବନ୍ଧ

ରହିବ କି ଚିରସ୍ଥାୟୀ ?

ହିଂସା,ଅହଂକାର

ଲୋଭ,ସ୍ୱାର୍ଥେ ଭରା ବନ୍ଧ

ହୋଇବକି ଶକ୍ତିଶାଳୀ ।

ବେଳ ଥାଉ ଥାଉ ବୁଝି ଯାଅ

ହୃଦବୋଧ କର ନିଜ ଭୁଲକୁ

ସ୍ୱୀକାର କର ନିଜ ମୂର୍ଖାମୀକୁ

ପଶ୍ଚାତାପ କର ନେଇ ନିଜ ସ୍ୱାର୍ଥକୁ

ଭସ୍ମ କରିଦିଅ,ନିଜ ରାଗକୁ

ନିଜ ଇର୍ଷାକୁ

ନିଜ ହିଂସାକୁ

ନିଜ ଅହଂକାରକୁ

ନିଜ ସ୍ୱାର୍ଥରେ ନିର୍ମିତ ବନ୍ଧକୁ

ନିଜ ମୁଁ 'କାର ଧ୍ୱନିକୁ ।

ଯଦି ପାରିଲ ଭସ୍ମ କରି ଏସବୁକୁ,

ପାରିଲ ସତ୍ୟକୁ ସାଉଁଟି ବନ୍ଧ ବାନ୍ଧି

ତେବେ ସବୁକିଛି ଖୋଜିବ ତୁମକୁ

ଖୋଜିବ ସ୍ବପ୍ନ

ଖୋଜିବ ଧନ

ଖୋଜିବ ନାରୀ

ଖୋଜିବ ଭାଗ୍ୟ 

କରିଚାଳୁଥିବ ଜୟ ପରେ ଜୟ

ତା'ପୁଣି ହୃଦୟ ରାଜ୍ୟ ।

ନହେଲେ..

ନହେଲେ...

ହଠାତ୍ ଭାଙ୍ଗିଯିବ ସବୁ ସ୍ବପ୍ନ

ଏକଦମ୍ କାଚ ଆଇନା ପରି,

ହଠାତ୍ ଲିଭିଯିବ ସବୁ ଆଶାର ଆଲୁଅ

ଦୀପାବଳିରୁ ଦୀପ ସବୁ ଲିଭିଯିବ

ଉଭେଇ ଆସିବ

କଳା ଝିମଝିମ ଶାଢ଼ୀ ପିନ୍ଧି ଅମାବସ୍ୟା ,

ତା' ସହିତ ଭାଙ୍ଗିଯିବ ସେ ବନ୍ଧ

ବାହାରି ଆସିବ ଲୁଚାଇଥିବା ସତ ସବୁ

ଢେଉ ଢେଉର ମାଡ଼ରେ ,ଚୁରମାର୍ ହୋଇଯିବ

ହିଂସା,ଅହଂକାର,ସ୍ୱାର୍ଥ..... 

ସବୁଆଡେ ଖେଳିଯିବ ଗୋଟିଏ ଲହରୀ

ଚତୁଃପାର୍ଶ୍ବ ଖାଲି ସତ୍ୟ ସତ୍ୟ ସତ୍ୟ.....।

ବଲବନ୍ତ ସାହୁ(ବବଲୁ)

ଭୂଷଲାର୍ଡ,ସିନ୍ଧେକେଲା, ବଲାଙ୍ଗୀର

ଦୂରଭାଷ-୯୦୭୮୧୦୫୨୩୪

I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract