STORYMIRROR

Bijay Prusty

Fantasy

3  

Bijay Prusty

Fantasy

ବେସୁରା ଗୀତି-୭୩୧

ବେସୁରା ଗୀତି-୭୩୧

1 min
13K


ବର୍ଷା ଗୋ ତୁମେ ଖିଆଲି ମନର

ନିରବ ପାଚେରି ଡେଇଁ

ବର୍ଷିଯାଅ ଯେବେ ଛମ ଛମ ତାନେ

ସ୍ମୃତି ସବୁ ଉଠେ ଚେଇଁ ॥

ହଜିଲା ଦିନର ଅଭୂଲା କାହାଣୀ

ନାଚି ଯାଏ ମନ ତଳେ

କପଟ ପଶାରେ ହାରି ଯାଇଥିବା

ମଣିଷଟି ଜଳି ମରେ ॥

ବର୍ଷା ଗୋ ତୁମ ମଧୁର କଣ୍ଠରୁ

ଭିଜା ଭିଜା ସ୍ଵର ଶୁଣି

ରିକ୍ତ ମନର ସିକ୍ତ କାହାଣୀ

ଖାଏ ତାକୁ ଝୁଣି ଝୁଣି ॥

ଆସୁଅଛ ଯଦି ଆସ ଗୋ ବରଷା

ଇନ୍ଦ୍ରଧନୁ ସାଥେ ନେଇ

ଭଙ୍ଗା ମନ ତଳେ ରଙ୍ଗ ଭରି ଦିଅ

ଭୁଇଁରୁ ଆକାଶ ଛୁଇଁ ॥

ତୁମରି ଛୁଆଁରେ ଚତୁର୍ଦ୍ଦିଗେ ଆଜି

ଶ୍ୟାମଳିମା ଭରିଯାଉ

କେହି ଜେନ ଏଠି ଘର କୋଣେ ଲୁଚି

ଲୁହରେ ଗାଧୋଉ ଥାଉ ॥


Rate this content
Log in

Similar oriya poem from Fantasy