STORYMIRROR

Subhakanta Sahu

Others Fantasy

3  

Subhakanta Sahu

Others Fantasy

ପ୍ରେମିକା

ପ୍ରେମିକା

1 min
13.5K


ତୁମକୁ ମୁଁ ନିତି ଖୋଜେ ମୋ ମନ କାନନେ

ପାଇଲେ ସାଇତି ଦେଵି ହୃଦୟ କଦମ୍ବ ବନେ।

ଜାଣେନା କାହିଁକି ଝୂରେ ଏକାନ୍ତ ଗୋପନେ

ତୁମ ସ୍ଵର-ସ୍ଵନ ସଦା ଗୁଞ୍ଜିତ ମୋ କାନେ।

ହୁଏତ ତୁମେ ମୋ ମନର ମାନସୀ

ଜୀବନ ଫଗୁଣେ ସ୍ଵପ୍ନର ପ୍ରେୟସୀ।

ତୁମେ ମୋ ପ୍ରେମର ପ୍ରକୃତ ପ୍ରେମିକା

ଜୀବନ ନାଟକର ପ୍ରକୃତ ନାୟିକା।

ତୁମେ ମୋ ହୃଦୟର ରାଣୀ

ପ୍ରୀତିର ସଂଗୀତ ପୁଣି ଜୀବନ କାହାଣୀ।

ତୁମେ ଆଖି ଖୋଲିଲେ ମୁଁ ଦୁନିଆ ଦେଖିପାରେ

ମୁଦିଦେଲେ ଅନ୍ଧ ହୁଏ ଗଭୀର ଅନ୍ଧାରେ।

ମୌନତା ତୁମ ମୋତେ ମୁକ କରଦିଏ

ବାଚାଳତେ ପ୍ରଗଳ୍ଭରେ ବହୁ ଗପିଯାଏ।

ତୁମେ ହସିଲେ ମୋ ଦୁନିଆ ହସେ

ଦିଟୋପା ଲୁହେ ତୁମ ଅସରନ୍ତି ଲୁହରେ ମୋ ଦୁନିଆ ଭାସେ।

ତୁମ ଦୁଃଖେ ମୋ ମନରେ କୋହ ଉଠେ

ମନ କଷ୍ଟେ ମୋ ଛାତିରେ କଣ୍ଟା ଫୁଟେ।

ମୋ ମନ ସାହସ ତୁମ ଆଶ୍ଵାସନା

ତୁମ ଇଚ୍ଛା ହୁଏତ ମୋ ସକଳ କାମନା।

କିମିଆଁ ଚାହାଣି ତୁମ ମୋ ମନକୁ କିଣେ

ରୁଷିଲେ ଅତ୍ୟନ୍ତ ଏକା ନିଜକୁ ମୁଁ ମଣେ।

ମୋ ମନର ପଦେ କଥା ସବୁ କହିଦିଏ

ନିଜଠୁ ବୋଧେ ତୁମକୁ ବେଶୀ ଭଲପାଏ।


Rate this content
Log in