STORYMIRROR

Pratibha Priyadarshini

Fantasy Inspirational

4.3  

Pratibha Priyadarshini

Fantasy Inspirational

ଜହ୍ନର ସୁଇଟର

ଜହ୍ନର ସୁଇଟର

1 min
13K


କହିଲା ଜହ୍ନ ମା'କୁ ଦିନେ

ସୁଇଟର ଗୋଟେ ବୁଣ ମୋ ପାଇଁ,

ସାରା ରାତି ବୁଲେ ଖୋଲା ଆକାଶେ

ଶୀତରେ ଦେହ ମୋ ଥରି ଉଠଇ।

ମା କହିଲେ ଶୁଣରେ ଧନ

କେମିତି ବୁଣିବି ତୋ ମାପ ନେଇ,

ଠିକଣା ନାହିଁଯେ ତୋ ଦେହର

ଆକାର ତାହାର ନିତି ବଦଳଇ।

କେବେ ବଢୁ ପୁଣି କେବେ ତୁ କମୁ

ଦେଖାଯାଉ କେବେ ପୂର୍ଣ୍ଣ ରୂପରେ,

କେବେ ଅଧା, କେବେ ଦା' ଧାର ପରି

ପୁଣି ଲୁଚିଯାଉ ପୁରା ଅମାବାସରେ।

ବଢିବା କମିବା ପ୍ରକୃତି ତୋର

ସେଥିକୁ ନାହିଁରେ କାହାରି ଜୋର୍,

ସମାନ ରୂପରେ ନିତି ରହୁଥିଲେ

ବୁଣିଥାନ୍ତି ନିଶ୍ଚେ ତୋ ସୁଇଟର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy