STORYMIRROR

Pratibha Priyadarshini

Inspirational

5.0  

Pratibha Priyadarshini

Inspirational

ଖଦ୍ୟୋତ : ଏକ ଖେଦ

ଖଦ୍ୟୋତ : ଏକ ଖେଦ

1 min
14.1K


ପାଞ୍ଚ ସାତ ବର୍ଷର

କୁନି ପିଲାଟା

ଛୋଟ ଛୋଟ ଆଙ୍ଗୁଳି ତାର

ଉପରୁ ତଳ, ବାମରୁ ଡାହାଣ

ଚାଲୁଥିଲା ଟ୍ୟାବ୍ ର ସ୍କ୍ରିନ ଉପରେ,

ନିର୍ମିମେଷ ଲାଖିଥିଲା ସେଠି,

ଉଜ୍ଜ୍ୱଳ ତା ନିରିମାଖି ଆଖି।

ଦେଖୁଥିଲା ଫୁଲ, ରଙ୍ଗ, ପ୍ରଜାପତି,

ଜହ୍ନ, ରାତି ଆଉ ଅନ୍ଧାର ଭିତରେ

ଦପ୍ ଦପ୍ ଖଦ୍ୟୋତର ଗତି,

ମୁହଁ ଉଠେଇ ଆଶ୍ଚର୍ଯ୍ୟ ମୁଦ୍ରାରେ

ପଚାରିଲା ନିରୀହ ପ୍ରଶ୍ନଟେ,

ସତରେ କି ଥାନ୍ତି

ଏମିତିକା ପତଙ୍ଗ

ଅନ୍ଧାରରେ ଜାଳନ୍ତି ଯେ

ନିଜସ୍ୱ ଆଲୋକ.....???!!!!

ଦବିଗଲା ମନ ମୋର

ଭାବୁଥିଲି କେଉଁ ଆଡେ

ମାଡି ଚାଲିଛି ଆଧୁନିକତାର

ଏ ଅମୁହାଁ ଗତି.....



ପ୍ରତିଭା_


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational