STORYMIRROR

Pratibha Priyadarshini

Inspirational

5.0  

Pratibha Priyadarshini

Inspirational

ନର ଓ ନୀର

ନର ଓ ନୀର

1 min
13.7K



ଚିନ୍ତାକରିଛ କି କେବେ

କେମିତିକା ହେବ ସେଇ ଦିନ

ଯେଦିନ ହୋଇବ ଧରା ଜଳଶୁନ୍ୟ !!!

ପୁଷ୍କରିଣୀ, ହ୍ରଦ, ସରିତା, ସାଗର

ଶୁଷ୍କ ମୁଖେ ମାନବ ଅସ୍ତିତ୍ୱକୁ

ତାତ୍ସଲ୍ୟ କରୁଥିବେ ପୁନଃ ପୁନଃ !!!


ପ୍ରସରି ଥିବ ସକଳ ଜୀବେ ହାହାକାର..

ମାନବ ସାଧ୍ୟ ବାହାରେ ପ୍ରକୃତି ପ୍ରହାର...

ତିଳ ତିଳ ସହୁଥିବ,

ଲଥ ଲଥ ପଡୁଥିବ,

ଶୁଷ୍କପତ୍ର ଝଡ଼ିଗଲା ଭଳି

ସନୈଃ ସନୈଃ ତୁମେ ମରୁଥିବ..

ହେ ନର !

ନୀର ମୂଲ୍ୟ ହେଜ,

ପ୍ରତିଟି ବିନ୍ଦୁର ମହତ୍ତ୍ୱ କର ଆକଳନ,

ସମୟର ସଙ୍କେତକୁ ଚିହ୍ନ,

ଜୀବନ ଦାୟିନୀ ଜଳକୁ

ଦେଇ ଉଚିତ ସମ୍ମାନ,ଆଜିଠାରୁ କର

ଭବିଷ୍ୟତ ପାଇଁ ସଂରକ୍ଷଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational