STORYMIRROR

Pratibha Priyadarshini

Classics

3  

Pratibha Priyadarshini

Classics

ରୂପାନ୍ତରିତ

ରୂପାନ୍ତରିତ

1 min
436


ଢ଼େର ଦିନ ହେଲାଣି

ତୁମକୁ ଦେଖିବାର

ତୁମକୁ ଶୁଣିବାର

ତୁମକୁ ଛୁଇଁବାର

ତୁମକୁ ଅନୁଭବିବାର

ସେଇଥିପାଇଁ ବୋଧେ

ମୁଁ ପୃଥିବୀକୁ ଅଚିହ୍ନା ପାଉଛି ଆଜିକାଲି


ଥାଇ ବି ନାହିଁ,

ନିଶ୍ୱାସ ନେଉଥିବା ମୂର୍ଦ୍ଦାର ଟେ

ଚାଲୁଛି ବୁଲୁଛି

ଖାଉଛି ହସୁଛି

ବଞ୍ଚିଛି କେଜାଣି

ବଞ୍ଚିଛି ହୁଏତ


ଆଉ ବେଶି ଝୁରିହୁଏନି ତୁମକୁ

ଲୁହ ଝରାଏନି

ଛାତି ଭିତରଟା ଏବେ

ସ୍ତରୀଭୂତ ଶିଳା

ସେଠି ପରସ୍ତ ପରସ୍ତ ଜମାଟ ବାନ୍ଧିଛି

ସ୍ଫଟିକାକୃତି ଲୁହ


ତଥାପି ଭିତରେ ପହଁରେ

ଶୀତଳ ପ୍ରେମର ଏକ ମଲାନଈ

ମୋ ମନତଳେ ସାଇତା ପ୍ରେମ

ବାରମ୍ବାର କଡ଼ ଲେଉଟାଉ ଥାଏ

ତୁମ ନାମ ନେଇ।

ଦେଖୁନ କେମିତି

ଚାତକ ଚକ୍ଷୁ ମୋର,

ମଧୁବ୍ରତା ର ମନ ନେଇ,

କେଇବୁନ୍ଦା ପ୍ରେମବୃଷ୍ଟିକୁ

ଅନନ୍ତ କାଳୁ ଅପେକ୍ଷିଚି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics