STORYMIRROR

Pratibha Priyadarshini

Abstract

3  

Pratibha Priyadarshini

Abstract

ରାତି

ରାତି

1 min
308


ରାତି,

ଏକ ମାୟାବିନୀ ମୋହ

ଖୁବ ଗୋଟାଏ ଶକ୍ତି ରଖେ

ସେଇ ଶକ୍ତି ବଳେ

ପିଠି ପଛରେ ଲୁଚାଇଦିଏ

ଡହ ଡହ ସୂର୍ଯ୍ୟ ର ସମସ୍ତ ଆଲୁଅ।

କଲା ପଣତ ଢାଙ୍କିଦିଏ 

ଥକି ପଡିଥିବା ପୃଥିବୀ ମଥାରେ


ରାତି ହେଲେ 

ଶୋଇପଡେ ପୃଥିବୀ

ଶୋଇପଡନ୍ତି କେତେ ଗଛ ଲତା

ଜୀବ ଜନ୍ତୁ ଓ ଜଙ୍ଗଲ ପାହାଡ଼।

ଶୋଇପଡନ୍ତି ଅନେକ ମଣିଷ।

ଉଜାଗର ବି ରୁହନ୍ତି କିଛି ପ୍ରାଣୀ

ଜହ୍ନ, ତାରା, ସାଧକ, ସନ୍ୟାସୀ

ନିଶିଗନ୍ଧା, ମଧୁମାଳତୀ ଆଉ

ମୋ ଭଳି ବିରହିଣୀ


ରାତି ହେଉଥିଲା ସେବେ

ଯେବେ ରାତି ସହ

ଯୁବା ହେଉଥିଲା ଆମ ଆଳାପ

ଚହଟୁଥିଲା ପ୍ରେମ

ଚଞ୍ଚଳ ଧାଉଁଥିଲା ଧମନୀ

ସୁଖ, ଦୁଃଖ, ଅତୀତ, ଭବିଷ୍ୟ

ମାପି ଦେଉଥିଲି ଅସରନ୍ତି ବାକ୍ୟରେ।

ନିଦକୁ ବାଦ କରି ଚେଉଁଥିଲି

ତୁମ ସହ ଗପିବା ଲୋଭରେ


ସେଇ ରାତିସବୁ

ରତିମଗ୍ନ ହୋଇଛି ଶବ୍ଦରେ ଶବ୍ଦରେ

ତୁମ ଅଙ୍ଗହୀନ ଆଲିଙ୍ଗନ ରେ

ତୁମ ନିଶ୍ୱାସର ଆଶ୍ଲେଷ ସଞ୍ଚରି ଯାଇଛି 

ମୋ ଦେହର ପ୍ରତିଟି ଉପାନ୍ତେ

ଆଖିବୁଜି ତୁମ ଅନୁପସ୍ଥିତରେ

ତୁମ ଭରପୁର ଉପସ୍ଥିତି 

ଭୋଗିବା ବେଳରେ


ଏବେ କିନ୍ତୁ

ଆଉ ଅସୁନି ରାତି

ଅନ୍ଧାର ଭିତରେ ଜଳୁଛି

ବିରହର ଟକମକ ପିଣ୍ଡ

ଠିକ ସୂର୍ଯ୍ୟ ପରି।

ରାତିକୁ ରାତିର

ପରିଚୟ ଫେରାଇଦେବାକୁ

ତୁମେ ଫେରିଆସ ଦୁରଦେଶୁ ପ୍ରିୟ,

ପ୍ରୀତିମଗ୍ନା ପ୍ରେୟସୀକୁ

ରାତିକର ଜୀବନ୍ୟାସ ଦିଅ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract