STORYMIRROR

Pratibha Priyadarshini

Romance

5.0  

Pratibha Priyadarshini

Romance

ଜହ୍ନ

ଜହ୍ନ

1 min
13K



ତୁମେ ପଠାଉଥିବା ପ୍ରୀତି ସନ୍ଦେଶ

ବାଟରେ ବୋଧେ ପଢ଼ିନେଉଛି ଜହ୍ନ,

ସେଇଥିପାଇଁ ଆଜିକାଲି ଦିଶୁଛି ସେ

ଟିକେ ବେଶୀ ବେଶୀ ତୋଫା,

ମୋ ସଙ୍ଗେ ଗପିବାକୁ ବି

ଏବେ କମ୍ କମ୍ ଆସେ।

ତୁମେ କାହିଁକି ଆସୁନ ଯେ ନିଜେ!!!


କରିବାକୁ ଅଛି କେତେ ଅଭିଯୋଗ,

ମାନ ଅଭିମାନ...

ସେଇ ଜହ୍ନ ଆଗରେ

ତୁମ ସାଙ୍ଗେ ଅନେକ ଗପିବି,

ଜଳିଯିବ ଈର୍ଷାରେ ସେ...

ଲୁଚିବ ଯାଇ କେଉଁ ଅନ୍ଧାର ଭିତରେ,

ଦୁନିଆ ଭାବିବ ଅମାବାସ୍ୟା ବୋଲି ।


ସେଇ ମିଳନ ନିଶିରେ,

ତୁମେ ହେଇଯିବ ଜହ୍ନ,

ଜ୍ୟୋତ୍ସ୍ନା ହୋଇ ବିଚ୍ଛୁରିଯିବି ମୁଁ,

ଆମ ପ୍ରେମର ଗୋଲାପୀ ରଙ୍ଗରେ

ରଙ୍ଗୀନ ହେବ ସେଇ ବେଳା...

ପ୍ରେମ ଯେବେ ପ୍ରାପ୍ତହେବ ପରାକାଷ୍ଠା,

ଜହ୍ନ ହୋଇ ଝଲସିବ ଚିରନ୍ତନ

ଆକାଶ ଛାତିରେ..... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance