ଅନ୍ ଲାଇନ୍ ଆସର
ଅନ୍ ଲାଇନ୍ ଆସର
କରୋନା ଆସିଲା ଲକ୍ ଡ଼ାଉନ ହେଲା
ସର୍ବେ ଗୃହ ବନ୍ଦୀ ହେଲେ
ସେହି ସମୟ ର ସଦ୍ ଉପଯୋଗ
ସାହିତ୍ୟିକ ମାନେ କଲେ ।
ସାହିତ୍ୟ ର କଲେ ପ୍ରଚାର ପ୍ରସାର
ଅଗ୍ରଣୀ ଗଣ ମାଧ୍ୟମେ
ହ୍ୱାଟ୍ସ୍ଆପ ୟୁଟିୟୁଵ୍ ଇଷ୍ଟଗ୍ରାମ୍
ଫେସବୁକ ଟେଲିଗ୍ରାମେ ।
ଛୋଟ ଠାରୁ ବଡ ବଡ ସାରସ୍ବତ
ସାଧକ ସାଧିକା ଯେତେ
ଉତ୍ସାହିତ ହୋନ୍ତି ଭାଷା ସାହିତ୍ୟ କୁ
ଆଗେଇ ନେବାକୁ ହାତେ ।
ଅନ୍ ଲାଇନ୍ ରେ ଚାଲିଲା ଆସର
ସମସ୍ତେ ହେଲେ ଏକାଠି
ଗୁଗୁଲ୍ ମିଟ୍ ଜୁମ୍ ଆପ୍ ରେ ହେଲେ
ଗୃହେ ବସି ଭେଟା ଭେଟି ।
କାର୍ଯ୍ୟ ବ୍ୟସ୍ତ ବ୍ୟକ୍ତି ଗୃହିଣୀ ଟିଏ ବି
ଅଂଶ ଗ୍ରହଣ କରିଲା
ସାହିତ୍ୟ ବିକାଶେ ଅଗ୍ରସର ହେଲା
ଯିଏ ଯେଉଁ ସ୍ଥାନେ ଥିଲା ।
ଏକପଦି ପୁଣି କବିତା ପ୍ରବନ୍ଧ
ଅନେକ ପ୍ରତିଯୋଗିତା
ମାନପତ୍ର ପାଇ ସମ୍ମାନିତ ହୋଇ
ଗର୍ବିତ ହୁଏ ବିଜେତା ।
ବଣ ମଲ୍ଲୀ ବାସ ବଣ ରେ ନରହି
ଚଉଦିଗେ ମହକିଲା
ଘରକୋଣ ଠାରୁ ରାଜ୍ୟ ଦେଶ ଯାଏ
ସାହିତ୍ୟ ଯେ ପ୍ରକଟିଲା ।
ଜ୍ଞାନୀ ଗୁଣି ବ୍ୟକ୍ତି ସମାଜ ଆଦର୍ଶ
ଏକ ମଞ୍ଚାସୀନ ହେଲେ
ଉଦ୍ ବୋଧନ ଦେଲେ କବିତା ପଢିଲେ
ଶ୍ରୋତା ମନ୍ତ୍ରମୁଗ୍ଧ ହେଲେ ।
ସାମାଜିକ ଦୂରୀକରଣ ନିୟମ
ହୋଇ ପାରିଲା ପାଳନ
ଅନ୍ ଲାଇନ୍ ରେ ଆସର ହୋଇଲା
ବଢ଼ିଲା ସାହିତ୍ୟ ମାନ ।
ଆଗେଇ ଆସ ହେ ମୋ ଭାଇ ଭଉଣୀ
ସାହିତ୍ୟ ର ହେଉ ଜୟ
ଧନ୍ୟବାଦ ଦେବା ଗଣ ମାଧ୍ୟମ କୁ
ଗାଇ ବିଜ୍ଞାନ ର ଜୟ ।
